*ଖଡ଼ିଆଳ ଅଗ୍ରେଶନ ଧର୍ମଶାଳା ପରିସର ମଧ୍ୟରେ ଭର୍ଚୁଆଲ ମାଧ୍ୟମରେ ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ, ବିକଶିତ ଖଡ଼ିଆଳ ବିଜ୍ଞାପିତ ପରିଷଦ ଭିଜନ -୨୦୩୬ ପାଇଁ ଯୋଜନା, ସମସ୍ତଙ୍କ ସହଭଗିତାରେ ବିକାଶ ପରିକଳ୍ପନା*
ନୂଆପଡା(ମିଖାଏଲ ନନ୍ଦ)
ତା-୩୧.୦୮,
ଖଡ଼ିଆଳ ଅଗ୍ରେଶନ ଧର୍ମଶାଳା ପରିସର ମଧ୍ୟରେ ଭର୍ଚୁଆଲ ମାଧ୍ୟମରେ ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ, ବିକଶିତ ଖଡ଼ିଆଳ ବିଜ୍ଞାପିତ ପରିଷଦ ଭିଜନ -୨୦୩୬ ପାଇଁ ଯୋଜନା, ସମସ୍ତଙ୍କ ସହଭାଗିତାରେ ବିକାଶ ପରିକଳ୍ପନା ହେବ ବୋଲି ଖଡ଼ିଆଳ ଏନ ଏ ସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ପ୍ରକାଶ କରିଛନ୍ତି। ଖଡ଼ିଆଳ ଅଗ୍ରେଶନ ଧର୍ମଶାଳା ପରିସର ମଧ୍ୟରେ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ ଯୋଗଦେଇ ଓଡ଼ିଶାର ସହରାଞ୍ଚଳ ବିକାଶ ପାଇଁ ୨୩ ଗୋଟି ବିଭାଗ କୁ ମିଳିତ ଭାବରେ କାର୍ଯ୍ୟ କରି ଶୁଦ୍ଧ ପାନୀୟ ଜଳ, ମୁଣ୍ଡ ଉପରେ ପକ୍କା ଛାତ, ମହିଳାଙ୍କୁ ସଶକ୍ତ, ସ୍ୱଚ୍ଛ ଓ ନିର୍ମଳ ପରିବେଶ ଗଠନ ନେଇ ସଂକଳ୍ପ ନେଇଥିବା ଆହ୍ୱାନ କରିଥିଲେ। ଆଜି ଅପରାହ୍ନ ରେ ପାଳିତ ହେବ ଏନ ଏ ସି ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ। ଏହି ଅବସରରେ ଖଡ଼ିଆଳ କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ୍ ମହାରଣା, ସମୟ ୱାର୍ଡ ସଭ୍ୟ ସଭ୍ୟା, ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ମକର୍ତ୍ତା ଯୋଗ ଦେଇଥିଲେ।
