**ଜାତୀୟ କ୍ରୀଡ଼ା ଦିବସ ୨୦୨୬ ମହାସମାରୋହରେ ଉଦ୍ଯାପିତ ।*
* ନୂଆପଡ଼ା(ମିଖାଏଲ ନନ୍ଦ)
ତା ୩୦/୦୮/୨୦୨୬ :
କ୍ରୀଡ଼ା ଓ ଯୁବ ସେବା ବିଭାଗ ଓଡ଼ିଶା ତଥା ଜିଲ୍ଲା ପ୍ରଶାସନ ନୂଆପଡ଼ାର ମିଳିତ ସହଯୋଗରେ ତଥା ନୂଆପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁସାରେ ନୂଆପଡ଼ା ସଦର ମହକୁମାରେ ଜାତୀୟ କ୍ରୀଡ଼ା ଦିବସ ୨୦୨୬ ମହାସମାରୋହରେ ଉଦ୍ଯାପିତ ହୋଇଯାଇଛି। ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ପୁଲିସ ପଡ଼ିଆ ସ୍ଥିତ ଇନଡୋର ଷ୍ଟାଡିୟମ ପର୍ଯ୍ୟନ୍ତ ଏକ ପଦଯାତ୍ରା ଆୟୋଜିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବାସ ଚନ୍ଦ୍ର ରୟତ, ଡିପି ପ୍ଲାନେର ଏସ ବି ଆର ଆଜ ମୁକ୍ତାପଡ଼ା ଶ୍ରୀ ଲିପ୍ସନ କୁମାର ଦାସ, ଓ ଏ ପି ଡି ଶ୍ରୀ ବିଦେଶ ଘୋଷ ଯଥାକ୍ରମେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ପଦ ଯାତ୍ରାରେ ଶତାଧିକ ଛାତ୍ର ଛାତ୍ରୀ, କ୍ରୀଡ଼ାବିତ, ସ୍ଥାନୀୟ ଜନସାଧାରଣ ଓ ପ୍ରଶାସନିକ ଅଧିକାରୀ ଭାଗନେଇଥିଲେ। ବର୍ଷା ପାଗ ସତ୍ତ୍ୱେ ମଧ୍ୟ ଶତାଧିକ ପ୍ରତିଯୋଗୀ ଉପସ୍ଥିତ ରହି ଯାତ୍ରାକୁ ସଫଳୀକୃତ କରିଥିଲେ। ତତ୍ପରେ ଇନଡୋର ଷ୍ଟାଡିୟମ ରେ ଛାତ୍ରୀ ତଥା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ତିନୋଟି ଗ୍ରୁପ ପ୍ରାୟ ପୌଢ଼ାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା ଉଭୟ ପୁରୁଷ ଓ ମହିଳା ବିଭାଗରେ ଆୟୋଜିତ ହୋଇଥିଲା।ମହିଳା ବିଭାଗରେ ପୁଟି, ପିୟୁ ଓ ମିଉଜିକାଲ ଚେୟାର ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ ପୁରୁଷ ବିଭାଗରେ ପିୟୁ, ମିଉଜିକାଲ ଚେୟାର ଓ ବାଲଡି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପୁଟି ଖେଳରେ ଖ୍ରୀଷ୍ଟପାଲ ହାଇ ସ୍କୁଲର ଚନ୍ଦ୍ରିକା ପାଣ୍ଡେ ପ୍ରଥମ, ନୂଆପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟର କୁମାରୀ ପୂଜା ସାହୁ ଦ୍ୱିତୀୟ ଓ ଖ୍ରୀଷ୍ଟପାଲ ଉଚ୍ଚ ବିଦ୍ୟାଳୟର କୁମାରୀ ଭୂମିକା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପୁରୁଷ ମିଉଜିକାଲ ଚେୟାର ପ୍ରତିଯୋଗିତାରେ ଖ୍ରୀଷ୍ଟପାଲ ଉଚ୍ଚ ବିଦ୍ୟାଳୟର ବିକାଶ ମାଝୀ ପ୍ରଥମ, ଗଜେନ୍ଦ୍ର ଦଣ୍ଡସେନ ଦ୍ୱିତୀୟ ଓ ମହଞ୍ଜନ ଭଗବାନ ରାଜା ସାବରା ତୃତୀୟ ସ୍ଥାନ ଅଧିକାର କରିଥିଲେ। ପୁରୁଷ ପିୟୁ ଖେଳରେ ଶ୍ରୀ ରମେଶ ରାଉତ ଓ ଦଳ ପ୍ରଥମ ହୋଇଥିବା ବେଳେ କୁମାର ତାଣ୍ଡି ଓ ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ବାଳିକା ମିଉଜିକାଲ ଚେୟାର ଖେଳରେ କୁମାରୀ ପୂଜା ସାହୁ, ନୂଆପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ, କୁମାରୀ ନିପି ରାଉତ, ବାଳିକା ଉଚ୍ଚ ବିଦ୍ୟାଳୟ, ନୂଆପଡ଼ା ଦ୍ୱିତୀୟ ଓ ଖ୍ରୀଷ୍ଟପାଲ ଉଚ୍ଚ ବିଦ୍ୟାଳୟର କୁମାରୀ ପ୍ରୀତି ଶବର ତୃତୀୟ ସ୍ଥାନ ଅଧିକାର କରିଥିଲେ।ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ଡିପି ପ୍ଲାନେର ଏସ ବି ଆର ଆଜ ଶ୍ରୀ ଲିପ୍ସନ କୁମାର ଦାସ ଓ ଶ୍ରୀ ବିଦେଶ ଘୋଷ ମେଡାଲ ଓ ମୋମେଣ୍ଟୋ ଦେଇ ପୁରସ୍କୃତ କରିଥିଲେ। ଶେଷରେ ସମସ୍ତ ଅତିଥି ଓ ପ୍ରତିଯୋଗୀ ମାନେ କ୍ରୀଡ଼ା ବିବିଧ ସତ୍ୟ ସପଥ ପାଠ କରିଥିଲେ। ପରିଶେଷରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ରାଜେନ୍ଦ୍ର ପ୍ରସାଦ ବଡ଼ାଇ ଧନ୍ୟବାଦ ଅର୍ପଣ କରିଥିଲେ।
