ସୀମାନ୍ତ ମହାବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳନ
ସାରସକଣା,(୩୧/୮/୨୬):(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅଧୀନ ଝାରପୋଖରିଆ ସ୍ଥିତ ଅଦ୍ୟ ତା.୩୧.୦୮.୨୦୨୬ ରିଖ ସୀମାନ୍ତ ମହାବିଦ୍ୟାଳୟରେ “ସଂସ୍କୃତ ସପ୍ତାହ” ପାଳନ ସଭା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରହଲ୍ଲାଦ ଅଗସ୍ତିଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ହୋଇ ଯାଇଅଛି I ଅଧ୍ୟକ୍ଷ ତାଙ୍କ ସବ୍ୟକ୍ତବ୍ୟରେ ସଂସ୍କୃତ ଦିବସର ମହତ୍ତ୍ୱ ଓ ଆବଶ୍ୟକତା ସଂପର୍କରେ ଆଲୋକପାତ କରି ସଂସ୍କୃତ ଭାଷାର ସୁରକ୍ଷା ତଥା ପ୍ରଚାର ପ୍ରସାର ଆବଶ୍ୟକତା ଉପରେ ମତ ବ୍ୟକ୍ତ କରିଥିଲେ I ସଭାରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟର ସଂସ୍କୃତ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଶ୍ରୀଯୁକ୍ତ ପରେଶ ଚନ୍ଦ୍ର ଦାଶ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସଂସ୍କୃତ ଭାଷା ବିଜ୍ଞାନ ସମ୍ମତ, ଏହାର ପ୍ରାଚୀନତା ତଥା ସଂସ୍କୃତ ଭାଷାର ପ୍ରଚାର ପ୍ରସାର ପାଇଁ ସରକାରଙ୍କ ବିଭିନ୍ନ ଉଦ୍ୟମ ସଂପର୍କରେ ଅବଗତ କରାଇଥିଲେ I ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଅନିଲ କୁମାର ଝା, ପ୍ରାଧ୍ୟାପକ ଶ୍ରୀଯୁକ୍ତ ରଞ୍ଜନ କୁମାର ମହାନ୍ତି ଛାତ୍ର ଛାତ୍ରୀ ମାନଙ୍କୁ ସଂସ୍କୃତ ଭାଷା ଓ ସାହିତ୍ୟ କିଭଳି ସମାଜ ଉପରେ ପ୍ରତିଫଳିତ ହୋଇ ଆସିଛି ସେ ସଂପର୍କରେ ଅବଗତ କରାଇଥିଲେ I ସଂସ୍କୃତ ସପ୍ତାହ ପାଳନ ଅବସରରେ ସମ୍ମିଳନୀ କକ୍ଷରେ ସଂସ୍କୃତ ପୁସ୍ତକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଯଥା ଲେପ୍ଟନେଣ୍ଟ୍ ନିହାର ରଞ୍ଜନ ମହାନ୍ତ, ଅଜୟ କୁମାର ପରିଡା, ସପ୍ନେସ୍ୱରୀ ମୁର୍ମୁ, ଡଃ ସ୍ନିଗ୍ଧା ଆଚାର୍ଯ୍ୟ, ଡଃ ରାମ କିଶୋର ହରିଜନ, ପ୍ରାଚୀପ୍ରଭା ପଢିଆରୀ, ଧରିତ୍ରୀ ବେହେରା, ନିରୋଜ ରଞ୍ଜନ ମହାନ୍ତ ସହଯୋଗ କରିଥିଲେ I ପରିଶେଷରେ ଅଧ୍ୟାପକ ରମେଶ ଚନ୍ଦ୍ର ବାନରା ଧନ୍ୟବାଦ ଅର୍ପଣ କରିଥିଲେ I ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୁତ ଖବର ।
