ଡକ୍ଟର ଭବାନୀ ଶଙ୍କର ନିଆଲଙ୍କ କବିତା ଗ୍ରୀକ୍, ସ୍ପେନିସ୍ ଓ ଫରାସୀ ଭାଷାରେ ଅନୁଦିତ
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନିପ୍ର)
*ଭବାନୀପାଟଣା:* କଳାହାଣ୍ଡି ମାଟିର ଗର୍ବ ତଥା ବିଶିଷ୍ଟ ଶିକ୍ଷାବିତ୍ ଓ ସାହିତ୍ୟିକ ଡକ୍ଟର ଭବାନୀ ଶଙ୍କର ନିଆଲ ପୁଣି ଥରେ ଜିଲ୍ଲା ତଥା ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। ତାଙ୍କ ଚର୍ଚ୍ଚିତ କବିତା
ପ୍ରେମରେ ଏବେ ୩ଟି ଆନ୍ତର୍ଜାତୀୟ ଭାଷା – ଗ୍ରୀକ୍, ସ୍ପେନିସ୍ ଓ ଫରାସୀ ଭାଷାରେ ଅନୁଦିତ ହୋଇଛି।ଏହି ଅନୁବାଦ କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପ୍ରଫେସର ଆଇରିନ୍ ଡୁରା-କାଭାଡିଆ। ସେ ଏକାଡେମୀ ଲାଙ୍ଗୁଏଜ୍ ସେଣ୍ଟରର ପ୍ରିନ୍ସିପାଲ୍/ସିଇଓ, ରାଇଟର୍ସ କ୍ୟାପିଟାଲ୍ ଇଣ୍ଟରନ୍ୟାସନାଲ୍ ଫାଉଣ୍ଡେସନର ମହାସଚିବ ଏବଂ ରାଇଟର୍ସ ଇଣ୍ଟରନ୍ୟାସନାଲ୍ ଏଡିସନର ମୁଖ୍ୟ ସମ୍ପାଦିକା ଅଟନ୍ତି।ସୂଚନାଯୋଗ୍ୟ ଯେ, ଡକ୍ଟର ନିଆଲଙ୍କ କବିତାଗୁଡ଼ିକ ଏ ପର୍ଯ୍ୟନ୍ତ ବିଶ୍ୱର ୨୬ଟି ଭାଷାରେ ଅନୁଦିତ ହୋଇ ସାରିଛି, ଯାହା ଓଡ଼ିଆ ସାହିତ୍ୟ ପାଇଁ ଏକ ବଡ଼ ସଫଳତା। ତାଙ୍କର ଏହି ଆନ୍ତର୍ଜାତୀୟ ସ୍ୱୀକୃତି କଳାହାଣ୍ଡିର ଯୁବ ସାହିତ୍ୟିକମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।
