ଶଙ୍କରପୁର ପଞ୍ଚାୟତରେ ଦକ୍ଷତା ବିକାଶ ଓ କୃଷି ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ।
(ନିପ୍ର ଗୋକୁଳାନନ୍ଦ ବେହେରା)ଢ଼େଙ୍କାନାଳ ସଦର : ଶଙ୍କରପୁର ପଞ୍ଚାୟତରେ ଦକ୍ଷତା ବିକାଶ ଓ କୃଷି ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ୨୦୨୬-୨୭ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଇକାର୍ଡାର ମିଳିତ ଆନୁକୁଲ୍ୟରେ ଓସ୍ବାର ସହଯୋଗରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସହକାରୀ କୃଷି ଅଧିକାରି ଶ୍ରୀ ଜ୍ଞାନେନ୍ଦ୍ର କୁମାର ଦଳେଇ,ବ୍ଲକ ମୁଖ୍ୟ କୃଷି ଅଧିକାରୀ ତୁଷାରକାନ୍ତସାହୁ,ବ୍ଲକ ସହକାରୀ କୃଷି ଅଧିକାରିଣୀ ବନଜା ନାୟକ,ଗ୍ରାମ୍ୟ କୃଷି ଅଧିକାରିଣୀ ବେବି ବେହେରା ଚାଷୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଜିଲ୍ଲା ସଂଯୋଜକ ଆଶିଷ କୁମାର ଜେନା ସରକାରଙ୍କ ଏହି କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରିଥିଲେ ଓ ସ୍ଥାନୀୟ ସରପଞ୍ଚ ରବିନ୍ଦ୍ର ବେହେରା ଓ ସମିତିସଭ୍ୟ ନିଳମଣୀ ରାଉତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ଶଙ୍କରପୁର ଗ୍ରାମରେ ୨୦ ହେକ୍ଟର ଜମିରେ ୩୦ ଜଣ ଅଗ୍ରଣୀ ଚାଷୀଙ୍କୁ ଉନ୍ନତି କୃଷି ପଦ୍ଧତି,ବିଲୁପ୍ତପ୍ରାୟ ଫସଲ ସଂରକ୍ଷଣ ଏବଂ ସ୍ଥାୟୀ କୃଷି ପ୍ରଣାଳୀ ସମ୍ପର୍କରେ ସଚେତନ କରାଯିବ ସହ ହରଡ ବିହନ ଓ ଔଷଧ ବଣ୍ଟନ କରାଯାଇଥିଲା। ଇକାର୍ଡା ଓ ଓସ୍ୱା ଅନୁଷ୍ଠାନର ଏହି ଅଭିନବ ପ୍ରୟIସକୁ ସାଧାରଣରେ ପ୍ରଶଂସା କରାଯାଇଛି।
