ପାଟଣା ଥାନାରେ ଆମ ପୁଲିସ ବୈଠକ
ପାଟଣା:୩୧/୮ ପାଟଣା ଥାନା ରେ ଆଜି ସନ୍ଧ୍ୟାରେ ଥାନାଧିକାରୀ କିରଣ ପ୍ରସାଦ ସାହୁ ଙ୍କ ଅଧ୍ୟକ୍ଷତାରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନା ଏସ ଆଇ ଲକ୍ଷ୍ମଣ କୁମାର ମାଝୀ, ଏ ଏସ ଆଇ ଗୌରହରି ଗରଡିଆ ଓ ଧନେଶ୍ୱର ପାତ୍ର ପ୍ରମୁଖ ଅନ୍ୟମାନେ ଏଠାରେ ଉପସ୍ଥିତ ଥିବାବେଳେ ପୁଲିସ ସମିତି ସଦସ୍ୟ ମାନଙ୍କ ମଧ୍ୟରେ ସାମାଜିକ କର୍ମୀ ଅଜୟ କୁମାର ଦାଶ, ପ୍ରଦୀପ କୁମାର ବେହେରା, ଦକ୍ଷ କୁମାର ସାହୁ ଙ୍କ ସହ ବଣିକ ସଂଘର ବହୁ ସଦସ୍ୟ ଓ ଗଣ ମାଧ୍ୟମ ପ୍ରତିନିଧି ମାନେ କାର୍ଯ୍ୟକ୍ରମ ରେ ସାମିଲ ଥିଲେ। ପାଟଣା ବଜାର ଅଞ୍ଚଳ ରେ ଟ୍ରାଫିକ ସମସ୍ୟା ର ସୁଧାର ,ଅନଲାଇନ୍ ଠକେଇ ରୁ ଦୂରେଇ ରହିବା , ପୁଲିସ ପକ୍ଷରୁ ବଜାର ଅଞ୍ଚଳ ରେ ସି ସି ଟି ଭି ଲଗାଯିବା ଆଦି ଆଇନ ଶୃଙ୍ଖଳା ସମ୍ବନ୍ଧୀୟ ଆଲୋଚନା କରାଯାଇଥିଲା ।
