
ଯାଜପୁର (ସରୋଜ କୁମାର ଧଳ) : ସନ୍ଧ୍ୟା ଦର୍ଶନ ନପାଇ ଭକ୍ତ ଫେରିଲେ ଗୁଣ୍ଡିଚା ମନ୍ଦିରରୁ ଝିପି ଝିପି ବର୍ଷାରେ ଭକ୍ତ ଙ୍କ ଲମ୍ୱା ଲାଇନ୍ ରେ ଭକ୍ତ ମାନେ ଶ୍ରୀଜୀଉ ଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରିଛନ୍ତି। ପ୍ରଶାସନ ମନ୍ଦିର ପାଖରେ ପ୍ରଲିଶ୍ରୀ ମେଳା ନ ପଡ଼ିଥିବାରୁ ଭକ୍ତ ମାନେ ଅସନ୍ତୁଷ୍ଟ ଥିଲେ। ପୁରୀ ରେ ହୋଟେଲ ଏବଂ ଲଜିଂ ମାନଙ୍କ ରେ ଯାତ୍ରୀ ମାନଙ୍କୁ ତିନି ଦିନ ରହିବାକୁ ବାଧ୍ୟ କରାଯାଉଛି। ମନ୍ଦିର ପାଖରେ ଥିବା ସାହି, ଗଳି ମାନଙ୍କ ରେ ଥିବା ଘର କୁ ଲଜିଂ କରି ଲୋକଙ୍କଠାରୁ ୨ ହଜାର ଟଙ୍କା ଲେଖାଏଁ ନିୟାଯାଉଛି। ଧର୍ମଶାଳା ଗୁଡ଼ିକ ଭଙ୍ଗା ଯାଇଥିବାରୁ ଭକ୍ତ ମାନେ ସୁଲଭ ମୂଲ୍ୟରେ ରହି ମହାପ୍ରଭୁ ଙ୍କ ଦର୍ଶନ ରୁ ବଞ୍ଚିତ ହେଉଛନ୍ତି। ବାହୁଡ଼ା ଯାତ୍ରା ରେ ପ୍ରଭୁ ଗୁଣ୍ଡିଚା ମନ୍ଦିର ରୁ ଶ୍ରୀମଦିର ଅଭିମୁଖେ ଯାତ୍ରା କରିବେ। ବାହୁଡ଼ା ଯାତ୍ରା ର ପରଦିନ ସୁନାବେଶ ଦର୍ଶନ ଥିବାରୁ ଭକ୍ତ ବଢିବା ନେଇ ଅନୁମାନ କରାଯାଉଛି।