
ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ନଅ ଦିନ ର ଲିଲା ଖେଳା ପରେ ଆଜି ବଡ଼ଦାଣ୍ଡ କୁ ଫେରିବେ କାଳିଆ ସାଆନ୍ତ। କେବଳ ଜଗନ୍ନାଥ ଧାମ ନୁହେଁ ଓଡ଼ିଶା ସମେତ ଭାରତ ଓ ଭାରତ ବାହାରେ ମଧ୍ୟ ରଥଯାତ୍ରା ଓ ବାହୁଡା଼ ଯାତ୍ରା ପାଳନ କରାଯାଏ। ସେହିପରି ଆଜି ସୋର ରେ ରୀତିନୀତି ଅନୁଯାୟୀ ବାହୁଡ଼ା ଯାତ୍ରା ପାଳନ କରାଯାଇଛି। ସୋର ରେ କୁଶ କ୍ଷେତ୍ର ଗୁଡ଼, ସୋର ଷ୍ଟେସନ ଛକ, ସୋର ବାମ୍ଫି ଛକରେ ଧୁମ୍ ଧାମରେ ବାହୁଡ଼ା ଯାତ୍ରା ପାଳିତ ହୋଇଯାଇଛି। ସୋର ବାମ୍ଫି ଛକରେ ସନ୍ଧ୍ୟା ଦର୍ଶନ, ସନ୍ଧ୍ୟା ଆଳତି ଓ ଓଡ଼ିଶୀ ନୃତ୍ୟ ପରେ ରଥଟଣା ଆରମ୍ଭ ହୋଇଥିଲା। ଶତାଧିକ ଭକ୍ତଙ୍କ ସାହଯୋଗ ରେ ରଥ ଟଣା ହୋଇଥିଲା। ସୋର ପୁଲିସ ତରଫରୁ ବ୍ୟାପକ ଆୟୋଜନ କରାଯାଇଥିଲା।