ବାବା ବିଶ୍ଵକର୍ମା ରଙ୍ଗମିସ୍ତ୍ରୀ ସଂଘ ବୈଠକ
ବନ୍ତ,ଆଗରପଡ଼ା , ୨୮/୮(ନିପ୍ର) ଆଗରପଡ଼ା ବାବା ବିଶ୍ଵକର୍ମା ରଙ୍ଗ ମିସ୍ତ୍ରୀ ସଂଘର ବୈଠକ ଅନୁଷ୍ଠିତ ହୋଇ ମିସ୍ତ୍ରୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହେବା ସହ କମିକର୍ତ୍ତା ଚୟନ କରାଯାଇଥିଲା । ଶ୍ୟାମସୁନ୍ଦର ଜେନା-ସଭାପତି, ଦାମୋଦର ଜେନା-ଉପସଭାପତି, ରାଜୀବ ସାହୁ-ସଂପାଦକ, ରମେଶ ମହାନ୍ତି- ସହ ସଂପାଦକ, ରାମଚନ୍ଦ୍ର ବେହେରା-କୋଷାଧ୍ଯକ୍ଷ , ସନ୍ତୋଷ ସାହୁଙ୍କୁ ଉପଦେଷ୍ଟା ଭାବେ ଚୟନ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳର ଶତାଧିକ ରଙ୍ଗମିସ୍ତ୍ରୀ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ସଂଘର ୨୫ରୁ ଉର୍ଦ୍ଧ ରଙ୍ଗମିସ୍ତ୍ରୀ ଯୋଗ ଦେଇ ବୈଠକରେ ସହ ଯୋଗ କରିଥିଲେ ।
