ଲାୟନ୍ସ କ୍ଲବ୍ ସମ୍ବଲପୁର ସେଣ୍ଟ୍ରାଲ୍ ପକ୍ଷରୁ ରକ୍ଷାବନ୍ଧନ ପାଳିତ
(ଲାୟନ୍ର ରମେଶ ଅଗ୍ରୱାଲ.:ନିପ୍ର)
ସମ୍ବଲପୁର, ୨୮/୦୮: ଲାୟନ୍ସ କ୍ଲବ୍ ସମ୍ବଲପୁର ସେଣ୍ଟ୍ରାଲ୍ ପକ୍ଷରୁ ଶୁକ୍ରବାର ଭୁତାପଡ଼ାସ୍ଥିତ ନାରୀ ବନ୍ଦୀ ନିକେତନର ଅନ୍ତେବାସୀମାନଙ୍କ ସହ ପବିତ୍ର ରକ୍ଷାବନ୍ଧନ ପର୍ବ ପାଳନ କରାଯାଇଛି। ଏହି ଅବସରରେ ସ୍ନେହ, ସହାନୁଭୂତି, ଯତ୍ନ ଓ ମାନବିକତାର ଏକ ସୁନ୍ଦର ପରିବେଶ ସୃଷ୍ଟି ହୋଇଥିଲା। କ୍ଲବ୍ ସଭାପତି ଲାୟନ୍ ନିହାଲ ଚାନ୍ଦ ସୋନି ଓ ସମ୍ପାଦକ ଲାୟନ୍ ରାମଚନ୍ଦ୍ର ସାରଡ଼ାଙ୍କ ନେତୃତ୍ୱରେ ଲାୟନ୍ ନରେଶ ଚନ୍ଦ୍ର ବେଦୀ, ଲାୟନ୍ ଓମ୍ ପ୍ରକାଶ ଅଗ୍ରୱାଲ, ଲାୟନ୍ ତାରାଚନ୍ଦ ସୋନି, ଲାୟନ୍ ଦୀନଦୟାଲ ଅଗ୍ରୱାଲ, ଲାୟନ୍ ଗୋପାଳ ଅଗ୍ରୱାଲ, ଲାୟନ୍ କୁଲଦୀପ ବର୍ମା ଓ ଲାୟନ୍ ରାକେଶ ତିବ୍ରେୱାଲ୍ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ। ଅନ୍ତେବାସୀମାନଙ୍କ ସହ ରକ୍ଷାବନ୍ଧନ ପର୍ବ ପାଳନ ମାଧ୍ୟମରେ ଭାଇଚାରା, ସ୍ନେହ ଓ ସାମାଜିକ ସମ୍ପର୍କର ଏକ ସୁନ୍ଦର ବାର୍ତ୍ତା ଦିଆଯାଇଥିଲା। କାର୍ଯ୍ୟକ୍ରମର ସଫଳତା ପାଇଁ କ୍ଲବ୍ ପକ୍ଷରୁ ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଯାଇଛି।
