ଜିଲ୍ଲା ବିଜେଡ଼ି ଉପସଭାପତି ଙ୍କ ଅକାଳ ବିୟୋଗ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ , ନିପ୍ର)::: ବାଲେଶ୍ଵର ଜିଲ୍ଲା ବିଜେଡ଼ି ଉପସଭାପତି ତଥା ସୋର ବ୍ଲକ ସାଜନପୁର ପଞ୍ଚାୟତ ର ସମିତି ସଭ୍ୟ ଅଶୋକ କୁମାର ନାୟକ(୬୫) ଙ୍କ ଆଜି ଭୋର୍ ସମୟରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ଦେହାନ୍ତ ହୋଇଯାଇଛି। ସେ ଜଣେ ସୁସଙ୍ଗଠକ ତଥା ଉଜସ୍ଵ ବକ୍ତା ଥିଲେ। ତାଙ୍କ ମୃତ୍ୟୁ ଖବର ପାଇଁ ବିଭିନ୍ନ ମହଲରେ ଶୋକ ବ୍ୟକ୍ତ କରିବା ବରିଷ୍ଠ ରାଜନେତା ମାନେ ତାଙ୍କ ମର ଶରୀରକୁ ଶେଷ ଦର୍ଶନ ପୂବକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାଙ୍କ ମରଶରୀରକୁ ଏକ ବାଇକ୍ ଶୋଭାଯାତ୍ରା ରେ ପଞ୍ଚାୟତ ପରିକ୍ରମା କରାଯାଇଥିଲା। ତାଙ୍କ ଶେଷ ଦର୍ଶନ ପାଇଁ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ମୁକ୍ତିକାନ୍ତ ମଣ୍ଡଳ, ବିଧାୟକ ସୋର ମାଧବ ଧଡା ଙ୍କ ସମେତ ଅନେକ ରାଜନେତା ତଥା ଗ୍ରାମବାସୀ ମାନେ ଏହି ଶୋଭାଯାତ୍ରା ରେ ସାମିଲି ଥିଲେ। ତାଙ୍କର ଏକମାତ୍ର ପୁଅ ଶାୱନ ନାୟକ ମୁଖାଗ୍ନି ଦେଇଥିଲେ।
