ବାଡ ଯଦି ଫସଲ ଖାଏ, ଫସଲ କୁ ସୁରକ୍ଷା ଦେବ କିଏ। ଶେଷରେ ପୋଲିସ ବିଭାଗ କର୍ମଚାରୀ ଙ୍କୁ ଆକ୍ରମଣ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ସୋରରେ ସ୍ଥାୟୀ ଥାନା ଅଧିକାରୀ ନ ଥିବାରୁ ଏହାର ଫାଇଦା ଉଠାଉଛନ୍ତି ଦୃର୍ବୁତ୍ତ । ଯାହାର ଶିକାର ହେଉଛନ୍ତି ସାଧାରଣ ଜନତା ଙ୍କ ସହ ପୋଲିସ ପ୍ରଶାସନ। ଦୃର୍ବୁତ୍ତ ଙ୍କ କଟୁରୀ ଚୁଟ ରେ ସୋର ଉପ କାରାଗାରର ୱଡେନ ସୁରେନ୍ଦ୍ର ସାମଲ (୫୫) ଗୁରୁତର ଆହତ ହୋଇ ସୋର ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି। ସୂଚନାଯୋଗ୍ୟ ଶ୍ରୀ ସାମାଲ ଆଜି ସକାଳେ ଡ୍ୟୁଟି ଯାଇ ନିଜ ଗାଁ କେଶରୀପୁର କୁ ମଧ୍ୟାହ୍ନ ସମୟରେ ରେ ଫେରୁଥିବା ବେଳେ ମାଣତ୍ରୀ ପଞ୍ଚାୟତ ବଢିବାଡ ଛକ ନିକଟରେ ତିନି ଜଣ ମୁଖା ପିନ୍ଧା ଦୃର୍ବୁତ୍ତ ମଟୋର ସାଇକେଲ ରେ ଆସି ଅତର୍କିତ ଭାବେ ଖଣ୍ଡା ଏବଂ ଭୋଜାଲି ରେ ଗୋଡ ହାତ ହାଣି ପକାଇ ଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଦ୍ଵାରା ସୋର ଡାକ୍ତରଖାନା କୁ ଆଣିଥିଲେ। ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଶ୍ରୀ ସାମଲ ଙ୍କୁ ଆକ୍ରମଣ ବିଷୟରେ ପଚାରିବାରୁ ସେ କାହାକୁ ଚିହ୍ନିନାହାନ୍ତି ଏବଂ ଆକ୍ରମଣ କାରଣ ଜାଣି ନାହାନ୍ତି ବୋଲି ମତ ପ୍ରକାଶ କରିଛନ୍ତି। ଖବର ପାଇ ସୋର ଭାରା ପ୍ରାପ୍ତ ଥାନା ଅଧିକାରି ଦେବରାଜ ଜେନା ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏଠି ପ୍ରଶ୍ନ ଉଠେ ଯେଉଁଠି ପୋଲିସ ସୁରକ୍ଷିତ ନୁହେଁ ସାଧାରଣ ଜନତା ଙ୍କୁ ସୁରକ୍ଷା ଦେବ କିଏ।
