ଷ୍ଟାମ୍ପ ଭେଣ୍ଡର ପ୍ରଭାତ ରାଉତ ଙ୍କ ମାତୃ ବିୟୋଗ।
ରଘୁନାଥପୁର(ନି.ପ୍ର): ରଘୁନାଥପୁର ତହସିଲର ଷ୍ଟାମ୍ପ ଭେଣ୍ଡର ତଥା ଧରାଧରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡବାଗ ଗାଁ ର ବେଶ ପରିଚିତ ପ୍ରଭାତ ରାଉତ ମାଙ୍କ ବିୟୋଗ କଥା ଶୁଣି ତାଙ୍କ ଗାଁ ରେ ଶୋକର ଛାୟା ଖେଳିଯାଇଛି। କିଛି ଦିନ ଧରି ତାଙ୍କ ମା ପଦ୍ମାବତୀ ରାଉତ(୮୮) ଅସୁସ୍ଥ ଥିଲେ ବି ନିଜ ଘରେ ରହି ଚିକିତ୍ସିତ ହେଉଥିଲେ। ସେ ଜଣେ ମିଷ୍ଟଭାଷୀ, ପରୋପକାରୀ ଓ ଧର୍ମପରାୟଣ ମହିଳା ଭାବେ ପଡୋଶୀ ଙ୍କ ର ଅତି ପ୍ରିୟ ପାତ୍ର ଥିଲେ। ମଙ୍ଗଳବାର ରାତ୍ର ଆଠ ଘଟିକା ସମୟରେ ତାଙ୍କ ମା ଙ୍କ ବିୟୋଗ କଥା ଶୁଣି ଶ୍ରୀ ରାଉତ ଙ୍କ ବହୁ ବାଲ୍ୟ ବନ୍ଧୁ ରାଜକିଶୋର ସାହୁ, ସରତ ବାରିକ, ନିମାଇଁ ସାହୁ, ପ୍ରଦୀପ୍ତ ଦାସ, ହେମନ୍ତ ସାହୁ, ପରୀକ୍ଷିତ ପଟ୍ଟନାୟକ ଓ ବୀରକିଶୋର ବେହେରା ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ଆଶ୍ୱସନା ଦେବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁତ୍ର, ବୋହୂ, ଝିଅ, ଜ୍ୱାଇଁ, ନାତି, ନାତୁଣୀ, ଆତ୍ମୀୟ ସ୍ଵଜନ ଓ ପରିବାରବର୍ଗ ପ୍ରମୁଖ ଉପସ୍ଥିତ ଥିଲେ। ଗାଁ ଶ୍ମସାନରେ ତାଙ୍କ ଶେଷକୃତ୍ୟ ହୋଇଥିବା ବେଳେ ବଡ଼ପୁଅ ପ୍ରଭାତ ରାଉତ ମୁଖାଗ୍ନି ଦେଇଥିଲେ।
