*ଖଡ଼ିଆଳ ଉପଖଣ୍ଡ ହସ୍ପିଟାଲରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା: ଅସହ୍ୟ ଗୁଳୁଗୁଳିରେ ନାହିଁ ନଥିବା ହଇରାଣ ହେଉଛନ୍ତି ରୋଗୀ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା-୨୬/୦୮
:ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ହସ୍ପିଟାଲରେ ଏସି (AC) ବନ୍ଦ ହୋଇ ପଡ଼ିଥିବାରୁ ଏହି ଗରମ ଏବଂ ଗୁଳୁଗୁଳିରେ ରୋଗୀମାନେ ଛଟପଟ ହେଉଛନ୍ତି। ବିଶେଷ କରି ଶିଶୁ ଏବଂ ଗୁରୁତର ରୋଗୀମାନେ ଅସହ୍ୟ ଗରମ ଯୋଗୁଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଉପଯୁକ୍ତ ପଙ୍ଖା କିମ୍ବା ଏସି କାମ କରୁ ନଥିବାରୁ ରୋଗୀଙ୍କ ସମ୍ପର୍କୀୟମାନେ ହାତ ବିଞ୍ଚଣା ଧରି ରୋଗୀଙ୍କୁ ବିଞ୍ଚୁଥିବା ଦେଖିବାକୁ ମିଳିଛି। ସରକାରୀ ସ୍ୱାସ୍ଥ୍ୟ ସେବାର ଏଭଳି ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଏବଂ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ୱାସ୍ଥ୍ୟ କେନ୍ଦ୍ର କର୍ତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଅଚଳ ଏସିଗୁଡ଼ିକୁ ମରାମତି କରିବା ସହ ରୋଗୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିବାକୁ ଦାବି ହେଉଛି।
