*ସାପ କିମ୍ବା କୌଣସି ବନ୍ୟ ଜନ୍ତୁ ସହ ଥଟ୍ଟା ତାମସା, ମଜାକ, ବାହାଦୁରୀ ଦେଖାଇବା ଜୀବନ ପ୍ରତି ମହା ବିପଦ ଅଟେ*
ନୂଆପଡା (ମିଖାଏଲ ନନ୍ଦ)
ତା:୨୫.୦୮.
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ପବିତ୍ର ପୀଠସ୍ଥଳୀ ପାତାଲଗଙ୍ଗା ଠାରେ ଶ୍ରଦ୍ଧାଳୁ ବୋଲବମ୍ ଯାତ୍ରୀଙ୍କ ପ୍ରବଳ ଭିଡ ପରିଲକ୍ଷିତ ହେଉଥିବା ବେଳେ ଏହାର ସୁଯୋଗ ନେଇ ଜଣେ ସାପୁଆ ନାଗ ସାପ କୁ ଗଲା ରେ ରଖି ଲୋକଙ୍କ ଠାରୁ ୪୦/୫୦ ଟଙ୍କା ନେଇ ନିଜ ରୋଜଗାର କରିବା ଦେଖାଯାଉଛନ୍ତି।କିଛି ଦିନ ହେବ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସାପ ସହ ଥଟ୍ଟା ମଜାକ, ବାହାଦୁରୀ ଦେଖାଇବା ଜୀବନ ପ୍ରତି ମହା ବିପଦ ଅଟେ । ତେଣୁ ବିଷଧର ସାପକୁ ବେକରେ ଗୁଡ଼ାଇ କିଛି ଲୋକ ଅର୍ଥ ଉପାର୍ଜନ କରୁଥିବା, ଅନ୍ୟ ସାଧାରଣ ଲୋକଙ୍କ ବେକରେ ନାଗ ସାପକୁ ଗୁଡ଼ାଇ ଦେଉଥିବା ସୂଚନା ମିଳିଛି l ସାପ କିମ୍ବା ଯେକୌଣସି ବନ୍ୟଜନ୍ତୁଙ୍କ ସହ ଥଟ୍ଟା ତାମସା, ମଜାକ କିମ୍ବା ବାହାଦୁରୀ ଦେଖାଇବା ଜୀବନ ପ୍ରତି ମହା ବିପଦ ସୃଷ୍ଟି କରୁଛି। ଆଜିକାଲି ସୋସିଆଲ ମିଡିଆରେ ଲାଇକ୍ ଏବଂ ଭିୟୁଜ୍ ପାଇବା ନିଶାରେ କିଛି ଯୁବକ ବନ୍ୟଜନ୍ତୁ ଓ ବିଷଧର ସାପଙ୍କ ସହ ବିପଜ୍ଜନକ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳୁଛି। ଏଭଳି ବେପରୁଆ କାର୍ଯ୍ୟକଳାପ ଯୋଗୁଁ ଅନେକ ସମୟରେ ଅଘଟଣ ଘଟି ଜୀବନ ଚାଲିଯାଉଛି।ବନ୍ୟପ୍ରାଣୀ ବିଶେଷଜ୍ଞ ଏବଂ ବନ ବିଭାଗ ପକ୍ଷରୁ ସାଧାରଣ ଜନତାଙ୍କୁ ବାରମ୍ବାର ସଚେତନ କରାଯାଉଛି ଯେ ବନ୍ୟଜନ୍ତୁ ସେମାନଙ୍କ ପ୍ରାକୃତିକ ପରିବେଶରେ ହିଁ ସୁରକ୍ଷିତ। ସେମାନଙ୍କୁ ବିରକ୍ତ କଲେ ବା ସେମାନଙ୍କ ସହ ଖେଳିଲେ ସେମାନେ ଆକ୍ରମଣାତ୍ମକ ହୋଇଉଠନ୍ତି। ବିଶେଷ କରି ସାପ ଉଦ୍ଧାର କରିବା ସମୟରେ ଫଟୋ ଉଠାଇବା କିମ୍ବା ବେକରେ ପକାଇ ବାହାଦୁରୀ ଦେଖାଇବା ଦ୍ୱାରା ସାପଟି ଭୟଭୀତ ହୋଇ ଚୋଟ ମାରିଥାଏ, ଯାହା ମୃତ୍ୟୁର କାରଣ ସାଜେ। ବନବିଭାଗ ସ୍ପଷ୍ଟ କରିଛି ଯେ ବନ୍ୟପ୍ରାଣୀଙ୍କୁ ହଇରାଣ କରିବା କିମ୍ବା ସେମାନଙ୍କ ସହ ଭିଡିଓ କରିବା ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ। ଏଥିପାଇଁ ଜେଲ୍ ଏବଂ ଜରିମାନା ଭୋଗିବାକୁ ପଡ଼ିପାରେ। ତେଣୁ ନିଜ ଜୀବନକୁ ବିପଦରେ ନ ପକାଇ ବନ୍ୟଜନ୍ତୁଙ୍କଠାରୁ ଦୂରତା ରକ୍ଷା କରିବାକୁ ଏବଂ ସାପ ବା ଅନ୍ୟ କୌଣସି ଜୀବ ବାହାରିଲେ ତୁରନ୍ତ ହେଲ୍ପଲାଇନ କିମ୍ବା ସ୍ନେକ ହେଲ୍ପଲାଇନ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।
