ଗଛ କଟା ନେଇ କଲେଜ ଅଧ୍ୟକ୍ଷ ଙ୍କୁ ସୋ କଜ୍ ନୋଟିସ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ଭଞ୍ଜଦୂତ ଖବର ର ପ୍ରଭାବ। ଭଞ୍ଜଦୂତ ଖବର ର ନ୍ୟିଜ ପ୍ରସାରଣ ପରେ କଲେଜ ଅଧ୍ୟକ୍ଷ ଙ୍କୁ ଲାଗିଲା ସୋ କଜ୍ ନୋଟିସ । ସୋର ବ୍ଲକ ଅନ୍ତର୍ଗତ ସାରସ୍ଵତ ମହାବିଦ୍ୟାଳୟ ଅନନ୍ତପୁର ପରିସରରେ ଥିବା ପ୍ରାୟ ୪୦ ବର୍ଷ ପୁରୁଣା ଦୁଇଟି ବଡ ଗଛ କୁ ଗତ ୧୭ ତାରିଖ ଦିନ କଲେଜ କର୍ତୃପକ୍ଷ ଙ୍କ ଦ୍ଵାରା କଟା ଯାଇଥିଲା। ଏହି ଦୁଇଟି ବୃକ୍ଷ ଦଶନ୍ଧି ଦଶନ୍ଧି ଧରି ମହା ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ , ପୁରାତନ ଛାତ୍ର ଛାତ୍ରୀ ଏବଂ ସ୍ଥାନୀୟ ଲୋକଙ୍କ ଆସ୍ଥା ସହିତ ଜଡିତ ଏକ ପ୍ରାକୃତିକ ସମ୍ପଦ ଥିଲା। ଗଛ କାଟିବା ନେଇ ଗତ ୨୧ ଅଗଷ୍ଟ ୨୦୨୬ ରିଖ ଦିନ କଲେଜ ଛାତ୍ର ଛାତ୍ରୀ ତଥା ସ୍ଥାନୀୟ ପରିବେଶବିତ୍ ମାନେ ସୋର ତହସିଲଦାର ଙ୍କ ମାଧ୍ୟମରେ ଉପ ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ଏକ ଦରଖାସ୍ତ ପ୍ରଦାନ କରିଥିଲେ। ଦରଖାସ୍ତ ପାଇବା ପରେ ନିଜେ ସୋର ତହସିଲଦାର କୃଷ୍ଣ ମୋହନ ସିଂହ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ।ବିନା ଅନୁମତିରେ ମହାବିଦ୍ୟାଳୟ ପରିସରରେ ଥିବା ଦୁଇଟି ବହୁ ପୁରାତନ ଏବଂ ବିରାଟକାୟ ଗଛକୁ କାଟିବା ନେଇ ଏକ କାରଣ ଦର୍ଶାଅ ଗତ ଅଗଷ୍ଟ ୨୪ ତାରିଖ ଦିନ ସୋର ତହସିଲଦାର କଲେଜ ଅଧ୍ୟକ୍ଷ ଙ୍କୁ ଦେଇଛନ୍ତି ଏବଂ ନୋଟିସ ପାଇବାର ୫ ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ରହିଛି। ଦେଖିବାକୁ ବାକି ଆଗକୁ ତଦନ୍ତ କେଉଁ ଦିଗକୁ ଗତି କରୁଛି ଏବଂ କଲେଜ କତୃପକ୍ଷ ଙ୍କ ଉପରେ ପ୍ରଶାସନ କଣ କାର୍ଯ୍ୟାନୁଷ୍ଠାନ ନେଉଛି।
