ବନ୍ଯା ପିଡିତା ଙ୍କୁ ସହାୟତା
ଗଁଦିଆ ତା ୨୨. ୮.୨୦୨୬ ଭଦ୍ରକ ଜିଲ୍ଲାର ଅର୍ଜୁନ ପୁର ଗ୍ରାମ ପଞ୍ଚାୟତ ର ଅର୍ଜୁନପୁର ଗ୍ରାମ ରେ ଭୁବନେଶ୍ୱର ଶ୍ରୀ ପାଞ୍ବାର ସଲ୍ଯୁସନ ଓ୍ବେଷ୍ଟଣ୍ଡ୍ର ଓଡ଼ିଶା ପାଓ୍ବାର ସଲ୍ଯୁସନ ର ଓଡ଼ିଶା ନିର୍ଦ୍ଦେଶକ ସବ୍ୟସାଚୀ ଘଡାଇ ତାଙ୍କ ସହଧର୍ମିଣୀ ଶ୍ରୀଦେବୀ ଘଡାଇ(ଜଖପୁର,) ବନ୍ଯାପିଡିତ ଲୋକଙ୍କ ପାଖରେ ପହଞ୍ଚି ରନ୍ଧା ଖାଦ୍ୟ ପରିବେଷଣ କରିଥିଲେ। ଆଗାମୀ ଦିନରେ ବନ୍ୟା ପିଡିତ ଲୋକଙ୍କ ପାଖରେ ସହାୟତା ର ହାତ ବଢାଇବେ ବୋଲି ମତବ୍ୟକ୍ତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରେ ଉପଦେଷ୍ଟା ଲକ୍ଷ୍ମୀ ପ୍ରସାଦ ପାତ୍ର, କର୍ମଚାରୀ ରାଜେଶ, ଦେବାଶିଷ, ମନୋଜ, ସ୍ବାଗତ, ମହେଶ, ନୀଳକଣ୍ଠ, ପ୍ରଦୀପ, ଅଭିଷେକ, ଶୋଭନ, ଅନିଲ ଲଳିତ, ଆଶିଷ, ମୁନା, ଦୀପକ ଶୁଭଶ୍ରୀ , ଶୁଭ ଲକ୍ଷ୍ମୀ ଓ ତୁଷାର ସହିତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
