*ସୀମାନ୍ତ ମହାବିଦ୍ୟାଳୟରେ ନାରୀ ସଶକ୍ତି କରଣ ସଚେତନତା କାର୍ଯ୍ୟକ୍ରମ*
__________________
ସାରସକଣା,(୨୨/୮/୨୬): (ନି.ପ୍ର):
ସାରସକଣା ବ୍ଲକ ଅଧିନସ୍ଥ ଅଦ୍ୟ ତା୨୨.୦୮.୨୦୨୬ ରିଖ ଝାରପୋଖରୀଆସ୍ଥିତ ସୀମାନ୍ତ ମହାବିଦ୍ୟାଳୟରେ ନାରୀ ସଶକ୍ତି କରଣ ସଚେତନତା କର୍ମଶାଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରହଲ୍ଲାଦ ଅଗସ୍ତିଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ହୋଇ ଯାଇଅଛି I ଅଧ୍ୟକ୍ଷ ତାଙ୍କ ବ୍ୟକ୍ତବ୍ୟରେ ମହାବିଦ୍ୟାଳୟ ପରିସରକୁ ଏକ ମାନବିକତା ସମାନତା ଓ ନୈତିକତାର ପିଠସ୍ଥଳୀ କରିବା ପାଇଁ ଆହ୍ୱାନ ଦେଇଥିଲେ I ମୁଖ୍ୟ ବକ୍ତ୍ୟା ଝାରପୋଖରୀଆ ଥାନାଅଧିକାରୀ ଶ୍ରୀଯୁକ୍ତ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ବିଷୟରେ ବିଷଦ ବାଖ୍ୟା କରି ଛାତ୍ରୀ ଓ ମହିଳା କ୍ରର୍ମଚାରୀ ମାନଙ୍କୁ ତାର ସଦୁପଯୋଗ କରିବା ପାଇଁ ବୁଝାଇଥିଲେ I ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଂଯୋଯିକା ଡଃ ପ୍ରାଚୀପ୍ରଭା ପଢିଆରୀ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ପି.ଓ.ଏସ୍.ଏଇଚ୍. ଏକଟ୍ ବିଷୟରେ ବାଖ୍ୟା କରିଥିଲେ I ଅନ୍ୟମାନଙ୍କ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଅନିଲ କୁମାର ଝା, ପ୍ରାଧ୍ୟାପକ ଶ୍ରୀଯୁକ୍ତ ରଞ୍ଜନ କୁମାର ମହାନ୍ତି , ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ମୁଖ୍ୟା ଡଃ ଧରିତ୍ରୀ ବେହେରା କମିଟିର କାର୍ଯ୍ୟଶୈଳୀ ସଂପର୍କରେ ଦିଗଦର୍ଶନ ଦେଇଥିଲେ I ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀ ମାନେ ମହାବିଦ୍ୟାଳୟର ପରିସରକୁ ସମାନତା, ସ୍ୱାଧୀନତା, ସମାନ ସୁଯୋଗ ଓ ଭେଦଭାବ ଶୁନ୍ୟ କରିବା ପାଇଁ ଶପଥ ପାଠ କରିଥିଲେ I ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଯଥା ଲେପ୍ଟନେଣ୍ଟ୍ ନିହାର ରଞ୍ଜନ ମହାନ୍ତ, ଅଜୟ କୁମାର ପରିଡା, ସପ୍ନେସ୍ୱରୀ ମୁର୍ମୁ, ସ୍ନିଗ୍ଧା ଆଚାର୍ଯ୍ୟ, ରାମକୃଷ୍ଣ ହରିଜନ, ନିରୋଜ ରଞ୍ଜନ ମହାନ୍ତ ସହଯୋଗ କରିଥିଲେ I ପରିଶେଷରେ ମହାବିଦ୍ୟାଳୟର ଶକ୍ତିଶ୍ରୀ ସଂଯୋଯିକା ଡଃ ପ୍ରାଚୀପ୍ରଭା ପଢିଆରୀ ଧନ୍ୟବାଦ ଅର୍ପଣ କରିଥିଲେ I ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୁତ ଖବର ।
