ବନ୍ୟା ପ୍ରପୀଡିତଙ୍କ ସହାୟକ ଭାବେ କ୍ରୀଡାଶିକ୍ଷକ ଙ୍କ ଅତୁଳନୀୟ ଦୁଃସାହସିକ ପଦକ୍ଷେପ।
ବିଞ୍ଝାରପୁର: ତା:୨୨/୦୮(ଭଞ୍ଜଦୂତ ଖବର : ଉତ୍ତମ କୁମାର୍ ଦାସ୍)
ବିଞ୍ଝାରପୁର ବ୍ଲକ୍ ଅନ୍ତର୍ଗତ ବ୍ରଜସୁନ୍ଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧୁନା କାର୍ଯ୍ୟରତ କ୍ରୀଡାଶିକ୍ଷକ ଶ୍ରୀଯୁକ୍ତ ହରେଶ କୁମାର ଦାସ ବର୍ତ୍ତମାନ ଦେଖାଦେଇଥିବା ବନ୍ୟା ପରିସ୍ଥିତିର ସାହସିକ ମୁକାବିଲା କରିଛନ୍ତି ନିକଟ ରେ।ପାଣି ଘେର ରେ ଜଳବନ୍ଦୀ ଥିବା ଅସହାୟ ,ଅନ୍ଧ,ଅକର୍ମଣ୍ୟ, ବ୍ଯକ୍ତି ମାନଙ୍କ ନିକଟ ରେ ପହଞ୍ଚି ସେମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରି ତାଙ୍କ ର କ୍ଷୁଧା ନିବାରଣ କରିପାରିଛନ୍ତି।ଅନ୍ଧାର ରାତି କୁ ଭ୍ରୁକ୍ଷେପ ନକରି ହାତ ରେ ଟର୍ଚ୍ଚ, ଓ ଠେଙ୍ଗା ଖଣ୍ଡିଏ ଧରି ସେ ପହଞ୍ଚି ଯାଆନ୍ତି ଦୁର୍ଗତଙ୍କ ପାଖରେ।ସମସ୍ତ ପ୍ରତିବନ୍ଧକ ତାଙ୍କ ସେବା ମନୋଭାବ ପାଖରେ ହାର୍ ମାନିଛି।ଖାଲି ସେତିକି ନୁହେଁ ଘରପୋଡ଼ି ହେଉ ବା ଅନ୍ୟ ଯେକୌଣସି ଦୁର୍ଘଟଣା ,ପ୍ରାକୃତିକ ଦୁର୍ବିପାକ ସମୟ ରେ ସହାୟତାର ହାତ ବଢେଇ ଅସହାୟକୁ ସହାରା ଦେଇ ଆସି ଛନ୍ତି।ଏକଦା 2016 ମସିହାରେ ନିଜ ଜୀବନ କୁ ବିପନ୍ନ କରି ନିକଟସ୍ଥ ବ୍ରାହ୍ମଣୀ ନଦୀର ପ୍ରଖର ସ୍ରୋତ ରେ ଭାସି ଯାଉଥିବା ତିନି ଜଣ ଛାତ୍ରୀ ଙ୍କ ପ୍ରାଣ ରକ୍ଷା କରି ବହୁ ପ୍ରଶଂସାର ଅଧିକାରୀ ହୋଇ ବିଭିନ୍ନ ଅନୁଷ୍ଠାନ ରୁ ସମ୍ମାନିତ ହୋଇ ଥିବା ସଂଗେ ସଂଗେ ଯାଜପୁର ଗୌରବ ସମ୍ମାନ ପ୍ରାପ୍ତ ହେବାର ସୌଭାଗ୍ଯ ଅର୍ଜନ କରିଛନ୍ତି।ସେ ସବୁବେଳେ ଗୋଟିଏ କଥା କହନ୍ତି,”ମାନବ ସେବା ମାଧବ ସେବା ଏବଂ ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ। ” ସେ ବରୀ ଗ୍ରାମ ର ଖ୍ୟାତି ସମ୍ପନ୍ନ ଶିକ୍ଷକ ସ୍ୱର୍ଗତ ଭୀମସେନ ଦାସ ଙ୍କ ସୁପୁତ୍ର ଅଟନ୍ତି।ମାନବ ସେବା ତାଙ୍କ ର ଜୀବନ ର ବ୍ରତ ଏହା ସେ ସର୍ବଦା ପ୍ରତିପାଦିତ କରି ଆସୁଛନ୍ତି।
