ଚାଷ ଜମିରୁ ତୁରନ୍ତ ବନ୍ୟା ଜଳ ନିଷ୍କାସନ ପାଇଁ ଦାବି ରଖିଲେ ଗ୍ରାମବାସୀ
୨୦/୮( ନି ପ୍ର) ଚଳିତବର୍ଷ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଚାଷୀ ଙ୍କ ଦୁର୍ଦ୍ଦଶା କହିଲେ ନସରେ।ବିଗତ ଦିନରେ ବର୍ଷା ଯୋଗୁ ବନ୍ୟା ପରିସ୍ଥିତିକୁ ମୁକାବିଲା ପାଇଁ ପ୍ରଶାସନ ଯେଭଳି ତତ୍ପରତା ଦେଖେଇ ଥିଲେ ତାହା କେବଳ ମାନବିକତା ପାଇଁ ନୁହେଁ ବରଂ କର୍ତ୍ତବ୍ୟ ର ଏକ ଜଲ୍ଵନ୍ତ ଉଦାହରଣ ପାଲିଥିଲା।କିନ୍ତୁ ଏବେ ବନ୍ୟା ଜଳ ନିଷ୍କାସନ ନହେବାରୁ ଚାଷୀଙ୍କ ଆଖିରୁ ଲୁହ ସୁଖୁନାହି । ବିଗତ ଦିନରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଆସୁଛନ୍ତି ହେଲେ ପ୍ରଶାସନ ସ୍ତାନୁର ପାଲଟିଥିବା ଜଣାପଡୁଛି।ଅଭିଯୋଗ ଅନୁସାରେ ବେତ୍ନୋଟି ବ୍ଲକ ଅନ୍ତର୍ଗତ patalipura ପଞ୍ଚାୟତ ର ସିଂଲା ମୁଣ୍ଡଳି ଗ୍ରାମର ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି କାଠୁଆକୁଣ୍ଡି ରୁ ବନ୍ଧ ମୁଣ୍ଡ ପର୍ଜନ୍ତ ଡ୍ରେନ ଟି ଅତି ବିପର୍ଯ୍ୟସ୍ତ ହୋଇଥିବାବେଳେ ସେହି ଡ୍ରେନ ରେ ବନ୍ୟା ଜଳ ନିଷ୍କାସନ ନହୋଇ ପାରିବାରୁ ଏକର ଏକର ଚାଷଜମି ଅଜିମଧ୍ୟ ଜଳମଗ୍ନ ହୋଇ ରହିଥିବାର ଦେଖିବାର ମିଳିଛି। ଏ ବାବଦ ରେ ବିଗତ ଦିନରେ ଗ୍ରାମବାସୀ ପାଟଲିପୁରା ପଞ୍ଚାୟତ ର ପିଓ ବିପିନ ଟୁଡୁ ଏବଂ ସରପଞ୍ଚଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ହେଲେ ଅଜିପର୍ଯ୍ୟନ୍ତ ତା ର କାର୍ଯ୍ୟ କରି ନହେବାରୁ ଶିଂଲା ମୁଣ୍ଡଲି ଗ୍ରାମବାସୀ ମାନେ ଅନ୍ଦଲୋନ ର ଚେତାବନୀ ଦେଇଥିବାର ଜଣାପଡିଛି।ଆଏହିବାବଦ ରେ ଚାଷୀମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଥିବାର ନଜିର ଆସିଚି।ସେହି କାମକୁ ତୁରନ୍ତ ଯୁଦ୍ଧ କାଳୀନ ସ୍ତିଥି ରେ ନକଲେ ଗ୍ରାମବାସୀ ସମୂହ ବ୍ଲକ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି।
