ଧୁମଧାମରେ ପାଳିତ ବିଶ୍ୱ ଫଟୋଗ୍ରାଫି ଦିବସ : ଲଳିତ ଇଲେକ୍ଟ୍ରୋନିକ୍ସ, ଭବାନୀପାଟଣା
(ରମେଶ ଅଗ୍ରୱାଲ.:ନିପ୍ର)
କଳାହାଣ୍ଡି :-ଭବାନୀପାଟଣାସ୍ଥିତ ଲଳିତ ଇଲେକ୍ଟ୍ରୋନିକ୍ସ ପରିସରରେ ବିଶ୍ୱ ଫଟୋଗ୍ରାଫି ଦିବସ ଧୁମଧାମରେ ପାଳିତ ହୋଇଛି। ଲଳିତ ଇଲେକ୍ଟ୍ରୋନିକ୍ସର ପ୍ରତିଷ୍ଠାତା ସଚିନ ଅଗ୍ରୱାଲଙ୍କ ଆୟୋଜନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଫଟୋଗ୍ରାଫର ଆସୋସିଏସନର ସଭାପତି ରଞ୍ଜନ ସାହୁଙ୍କ ସମେତ ବହୁ ସଂଖ୍ୟକ ଫଟୋଗ୍ରାଫର ଓ ସାମ୍ବାଦିକ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଉମା ଶଙ୍କର କର, ସତ୍ୟନାରାୟଣ ମହାପାତ୍ର ଓ ରାଜକୁମାର ସିଂଦେଓ ଯୋଗଦେଇ ବିଶ୍ୱ ଫଟୋଗ୍ରାଫି ଦିବସର ମହତ୍ତ୍ୱ, ଫଟୋଗ୍ରାଫିର ଗୁରୁତ୍ୱ ଏବଂ ସାମ୍ବାଦିକତା କ୍ଷେତ୍ରରେ ଫଟୋର ଭୂମିକା ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ବକ୍ତାମାନେ କହିଥିଲେ ଯେ, ଫଟୋଗ୍ରାଫି କେବଳ ଏକ ଛବି ନୁହେଁ; ଏହା ଏକ ସମୟ, ଘଟଣା ଓ ସ୍ମୃତିକୁ ସାଇତି ରଖିବା ସହ ସମାଜର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିବାର ଏକ ଶକ୍ତିଶାଳୀ ମାଧ୍ୟମ। ବିଶେଷକରି ଫଟୋ ସାମ୍ବାଦିକତା ମାଧ୍ୟମରେ ଅନେକ ଅକୁହା କାହାଣୀ ଲୋକଲୋଚନକୁ ଆସିଥାଏ ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ମନରଞ୍ଜନ ପ୍ରଧାନ, ଯଶୋବନ୍ତ ଧଙ୍ଗଡ଼ାମାଝୀ, ହେମନ୍ତ ରୟ, ଦୁଃଖିଶ୍ୟାମ ପ୍ରଧାନ, ମହମ୍ମଦ ଫିରୋଜ, ତୁଳମଣି ନାଗ, କବିରାଜ ଦୁର୍ଗା ଓ ବିଷ୍ଣୁ ଚରଣ ସ୍ୱାଇଁଙ୍କ ସମେତ ବହୁ ସାମ୍ବାଦିକ ଓ ଫଟୋଗ୍ରାଫର ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ନିଜେ ଲଳିତ ଇଲେକ୍ଟ୍ରୋନିକ୍ସର ପ୍ରତିଷ୍ଠାତା ସଚିନ ଅଗ୍ରୱାଲ କରିଥିଲେ। ଏହି ଅବସରରେ ଫଟୋଗ୍ରାଫର ଓ ସାମ୍ବାଦିକମାନେ ନିଜ ଅନୁଭୂତି ଓ ଫଟୋଗ୍ରାଫି କ୍ଷେତ୍ରର ବିଭିନ୍ନ ଦିଗ ସମ୍ପର୍କରେ ମତବିନିମୟ କରିଥିଲେ। ଅନ୍ତିମ ପର୍ଯ୍ୟାୟରେ ଲଳିତ ଇଲେକ୍ଟ୍ରୋନିକ୍ସର କାର୍ଯ୍ୟକର୍ତ୍ତା, ସମସ୍ତ ସାମ୍ବାଦିକ ବନ୍ଧୁ ଓ ଫଟୋଗ୍ରାଫରଙ୍କ ଉପସ୍ଥିତିରେ କେକ୍ କଟାଯାଇ ବିଶ୍ୱ ଫଟୋଗ୍ରାଫି ଦିବସ ପାଳନ କରାଯାଇଥିଲା। ଏହାପରେ ଆୟୋଜକଙ୍କ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣକରାଯାଇଥିଲା।
