*ସ୍ବର୍ଗତ ବିତନୁ କୁମାର ନାୟକ*
ଜନ୍ମ: ୨୦ ମଇ, ୧୯୭୬
ତିରୋଧାନ: ୧୯ ଅଗଷ୍ଠ, ୨୦୦୬
ଜନ୍ମ : ଭିମଦା ମୟୂରଭଞ୍ଝ
ଟିପିଣୀ…..ମନୋଜ ଦଳ ବେହେରା ବାରିପଦା
ବାରିପଦା….ମାତ୍ର ୨୯ ବର୍ଷ ବୟସରେ ଦେହତ୍ୟାଗ କରିବା ପୂର୍ବରୁ ଭାଷା, ସାହିତ୍ୟ, ସଂସ୍କତି ଓ ସମାଜ ପାଇଁ ଅନେକ କିଛି କାମ କରି ସାରିଥିଲେ। ସେ ଆଜି ବେଶୀ ପ୍ରସିଦ୍ଧ ତାଙ୍କ ଦ୍ବାରା ପ୍ରତିଷ୍ଠିତ ଭଞ୍ଜଦୂତ ସମ୍ବାଦପତ୍ର।
ଯାହା ଏଯାବତ୍ ପ୍ରକାଶ ପାଇ ଆସୁଅଛି। ସେ ଆରମ୍ଭ କରିଥିଲେ ମୟୂରଭଞ୍ଜ ପୁସ୍ତକମେଳା ୨୦୦୩ ମସିହାରେ। ମୃତ୍ୟୁ ପୂର୍ବରୁ ସେ ତିନି ଥର ପୁସ୍ତକମେଳା ଆୟୋଜନ କରି ପାରିଥିଲେ। ବାରିପଦାରେ ବିଶ୍ବବିଦ୍ୟାଳୟ ତଥା ମେଡିକାଲ କଲେଜ ପାଇଁ ଯେଉଁ ଆନ୍ଦୋଳନ ସେତେବେଳେ ଚାଲିଥିଲା, ତା’ର ଅଣରାଜନୈତିକ ମୋର୍ଚ୍ଚାର ଅନ୍ୟତମ ଉଦ୍ୟୋକ୍ତା ଥିଲେ ବିତନୁ ନାୟକ। ସେଦିନ ଥିଲା ୨୦୦୦୬ ମସିହା ଅଗଷ୍ଟ ମାସ ୧୬ ତାରିଖ ବର୍ଷଣ ମୁଖର ସନ୍ଧ୍ୟା। ଦିନ ସାରା ଘରକୁ ଘର ବୁଲି ମେଡିକାଲ କଲେଜ ଆନ୍ଦୋଳନର କ୍ୟାମ୍ପେନିଂ କଲା ପରେ ରାତି ୯ଟାରେ ଗାଆଁକୁ ବାଇକରେ ଫେରୁଥିଲା। ଗଙ୍ଗାହାର ନଦୀର ପୋଲ ଉପରେ ଯାଉ ଯାଉ ବନ୍ଯା ଜଳରେ ଭାସିଗଲା। ODRAF ଟିମ୍ ବହୁତ ଖୋଜା ଖୋଜି କଲାପରେ ୧୯ ତାରିଖରେ ତା ଶବ ମିଳିଲା। ସେଥିପାଇଁ ଅଗଷ୍ଟ ୧୯ ତାରିଖକୁ ତା ତିରୋଧାନ ଦିବସ ଭାବରେ ପାଳନ କରାଯାଏ। ବିତନୁ ନାୟକଙ୍କ ସ୍ମୃତିରେ ପ୍ରତିବର୍ଷ ମୟୂରଭଞ୍ଜ ପୁସ୍ତକ ମେଳାରେ ଜଣେ ଯୋଗ୍ୟ ମୟୂରଭଞ୍ଜିଆକୁ ପୁରସ୍କୃତ କରାଯାଏ। ତାଙ୍କ ସ୍ମୃତିରେ ବିତନୁ ସ୍ମୃତି ନ୍ୟାସ ଗଠନ କରାଯାଇ ପ୍ରତିବର୍ଷ ଜନ୍ମ ଦିବସ ଓ ତିରୋଧାନ ଦିବସ ପାଳନ କରାଯାଏ। ତତ ସହିତ ତାଙ୍କର ସୃତି କୁ ବଜାଇ ରଖିବା ପାଇଁ ଭଞ୍ଜ ଦୂତ କାଗଜ ସହିତ ଭଞ୍ଜ ଦୂତ ଖବର ୟୁଟୁବ ଏବେ ହାରାମଣି ତ୍ରିୟମାସିକ ପତ୍ରିକା ଓ ହାରାମଣି ୟୁଟୁବ ଚେନାଲ ବେଶ ଓଡିଶା ରେ ଆଦୃତ୍ୟ ହେଇପାରିଛି
