ତାରିଖ: ୧୮/୦୮/୨୦୨୬
ଏଫ୍ ସି ଆଇ ହାଉସୀଙ୍ଗି ବୋର୍ଡ କଲୋନୀର ବିଭିନ୍ନ ସମସ୍ୟା ନେଇ ଆଲୋଚନା
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ହଉସୀଙ୍ଗି ବୋର୍ଡ କଲୋନୀରେ ଉପୁଜୁଥିବା ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ଆଜି କଲୋନିବାସୀ ଓ ଆଞ୍ଚଳିକ ପ୍ରତିନିଧି ମାନଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇ ଆଲୋଚନା ରେ ପ୍ଲଟ ଆବଣ୍ଟନ, ରାସ୍ତାଘାଟ ଦୂରବସ୍ଥା,ପାନୀୟଜଳ ସମସ୍ୟା,ଆଲୋକି କରଣ ସହିତ ଅନ୍ୟାନ୍ୟ ନିତ୍ୟା ବଶ୍ୟକୀୟ ସମସ୍ୟା ସମ୍ପର୍କ ରେ କଲୋନିବାସି ମାନେ ନିଜ ନିଜ ସମସ୍ୟା ଉପସ୍ଥାପନ କରିଥିଲେ । କଲୋନିବସୀଙ୍କ ସମସ୍ୟା ଗୁଡ଼ିକ ଗୁରୁତ୍ଵର ସହ ଶୁଣିବା ପରେ ଆଞ୍ଚଳିକ ପ୍ରତିନିଧି ମାନେ ସମସ୍ୟାର ଶୀଘ୍ର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇ ଥିଲେ । କଲୋନୀର ବିକାଶ ଓ ଲୋକଙ୍କ ମୌଳିକ ସୁବିଧା ସୁନିଶ୍ଚିତ କରିବା ନେଇ ଆଗାମୀ ଦିନରେ ପ୍ରଶାସନ ସହ ଆଲୋଚନା କରାଯିବ ବୋଲି ମଧ୍ୟ କୁହାଯାଇଛି।
ତାଳଚେରରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
