**ନୁଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ୩୫୩ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।*
ନୂଆପଡା(ମିଖାଏଲ ନନ୍ଦ)
ତା-୧୮/୦୮
ଖଡ଼ିଆଳ ଅଭିମୁଖେ ଯାଉଥିବା ଏକ ପ୍ରତିଷ୍ଠିତ ଔଷଧ ବ୍ୟବସାୟୀଙ୍କ କାର୍ ଏବଂ ବିପରୀତ ଦିଗରୁ ଆସୁଥିବା ‘ଛୋଟାହାତୀ’ ଗାଡ଼ି ହରିପୁର ଛକ ନିକଟରେ ପରସ୍ପର ସହ ପିଟି ହୋଇଯାଇଥିଲେ।ଗାଡ଼ି ଚୂରମାର୍ ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଉଭୟ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଚୂରମାର୍ ହୋଇଯାଇଛି ।କ୍ୟାବିନ୍ ଭିତରେ ଫସିଲେ ଚାଳକ ଧକ୍କା ଯୋଗୁଁ ଛୋଟାହାତୀ ଗାଡ଼ିର ଚକ ଭାଙ୍ଗିଯାଇଥିଲା ଏବଂ ଚାଳକ ଜଣକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଗାଡ଼ି ଭିତରେ ଫସି ରହିଥିଲେ।ଉଦ୍ଧାର ଓ ଚିକିତ୍ସାସ୍ଥାନୀୟ ଲୋକଙ୍କ ସହାୟତାରେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତମାନଙ୍କୁ ଉଦ୍ଧାର କରିଥିଲେ।ଡାକ୍ତରଖାନା ସ୍ଥାନାନ୍ତର ଆହତଙ୍କୁ ପ୍ରଥମେ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ କାର୍ ଚାଳକ ତଥା ଔଷଧ ବ୍ୟବସାୟୀଙ୍କ ମୁଣ୍ଡ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଖଡ଼ିଆଳ ମିଶନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।ପୋଲିସର କାର୍ଯ୍ୟାନୁଷ୍ଠାନଖବର ପାଇ କୋମନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରିଛି । ରାଜପଥରେ ଯାତାୟାତ ସ୍ୱାଭାବିକ କରିବା ସହ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
