ଅଙ୍ଗନବାଡି ବଣ୍ଟନ ପାଇଁ ସ୍ଵଂୟ ସହାୟକ ଗୋଷ୍ଠୀ ମଧ୍ୟରେ ଅନିମିୟତା
ରିପୋର୍ଟ _ନିରୋଜ କୁମାର ସେଠୀ
ଯାଜପୁର ଜିଲ୍ଲା ଅନ୍ତର୍ଗତ ଦଶରଥପୁର ବ୍ଲକ ର ICDS କାଯ୍ୟାଳୟର CDPO ଶାନ୍ତି ଲତା ସେଠୀ ପ୍ରାକ ବିଦ୍ୟାଳୟ ର ପୋଷାକ ବଣ୍ଟନ Gurdnine ଅନୁସାରେ ସ୍ବୟଂସହାୟିକା ଗୋଷ୍ଠୀ ଚୟନ ନକରି ନିଜ ଇଛା ଅନୁଯାୟୀ ଉଦେଶ୍ୟ ମୁଳକ ଭାବେ ନିୟମ ଉଲ୍ଲଙ୍ଘନ କରି କିଛି ସ୍ବୟଂ ସହାୟିକା ଗୋଷ୍ଠୀ କୁ ପୋଷାକ ବଣ୍ଟନ ର କାଯ୍ୟାଦେଶ ଦିଆଯାଇଥିଲା। ପ୍ରତ୍ୟେକ ଗୋଷ୍ଠୀ କୁ ଟଙ୍କା ମାଗୁଛନ୍ତି।ତାହା ସହିତ ବ୍ୟାଙ୍କ ଏକାଉଣ୍ଟ୍କ କୁ ଯେଉଁ ଟଙ୍କା ଆସୁଛି ସେ ଟଙ୍କା ମୋତେ ଦିଅ ବୋଲି ଶ୍ରୀମତୀ ସେଠୀ ଦାବି କରୁଛନ୍ତି।ନିଜେ ସେ ଟଙ୍କା କୁ ନେଇ ଆତ୍ମସାତ କରୁଥିବାର ଅଭିଯୋଗ ଆସିଛି। କର୍ମୀ ମାନଙ୍କ ଠାରୁ ମହାସୁଲ ନେବାପାଇଁ ମିଶନ ଶକ୍ତି ବିଭାଗର BPC ମଧ୍ୟ ଏହି ନିନ୍ଦନୀୟ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି। CDPO ଙ୍କ ସହିତ ଅଙ୍ଗନବାଡ଼ି କର୍ମୀ ସଲାସୁତୁରେ ପୋଷାକ କିଣା ଯାଉଛି।ଏକଥା ପଚାରିଲେ ଧମକପୂର୍ଣ୍ଣ କଥା କହୁଛନ୍ତି। ଦେଖାଯାଉ ଆଗକୁ ଉପରିସ୍ଥ ଅଧିକାରୀ କି ପଦକ୍ଷେପ ନେଉଛନ୍ତି।
