ଘର କାନ୍ଥ ପଡି ୨ ଶିଶୁ କନ୍ୟା ଗୁରୁତର
ସାହାରପଡା/କେନ୍ଦୁଝର- ତା ୧୫/୮(ନିପ୍ର) ସାହାରପଡା ବ୍ଲକ ଖଜିରାପାଟ ପଞ୍ଚାୟତ ଅନ୍ତର୍ଗତ ଦେଉଳିଆପସି ଗ୍ରାମରେ ଗତକାଲି ଘର କାନ୍ଥ ଖସିପଡିବାରୁ ୨ ଶିଶୁ କନ୍ୟା ଗୁରୁତର ହୋଇ ଥିବା ଜାଣିବାକୁ ମିଳିଛି । ଉକ୍ତ ଗ୍ରାମର ବିଜୟ ଲଷ୍ମୀ ମହାନ୍ତ ଙ୍କ ୨ ଯଅଁଳା ଶିଶୁ କନ୍ୟା ଘର ଭିତରେ ଖଟ ଉପରେ ଶୋଇ ଥିବା ବେଳେ ଲଗାଣ ବର୍ଷା ଯୋଗୁ ମାଟି କାନ୍ଥ ର ଗୋଟିଏ ପଟ ଖଟ ଉପରେ ପଡି ଯାଇଥିଲା ଫଳରେ ଶିଶୁ ୨ ଜଣ ଚାପି ହୋଇ ଯାଇଥିଲେ। ତାଙ୍କୁ ଉଦ୍ଧାର କରି ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆ ଯାଇଥିଲା । ଶିଶୁ ୨ ଜଣ ଙ୍କ ବୟସ ୫ ହେବ ବୋଲି ଜାଣିବାକୁ ମିଳିଛି।ଘର ଭାଙ୍ଗି ଯାଇଥିବାରୁ ପରିବାର ରହିବା କଷ୍ଟ କର ହୋଇ ପଡିଛି ଶୀଘ୍ର ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମ ବାସୀ ଦାବି କରିଛନ୍ତି l
