ବ୍ଳକ ପରିସରରୁ ଏମବିକେ ଙ୍କ ମୋବାଇଲ ଚୋରି ନେଇ ଥାନା ରେ ଅଭିଯୋଗ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର) :- ବ୍ଲକ ପରିସରରୁ ମୋବାଇଲ ଚୋରି ନେଇ ଥାନା ରେ ଲିଖିତ ଅଭିଯୋଗ ହୋଇଛି। ଆଜି ସୋର ବ୍ଲକ ରେ କାର୍ଯ୍ୟ କରୁଥିବା ବେଳେ ଜଣେ ଏମବିକେ ଙ୍କ ମୋବାଇଲ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ପରିସରରେ ସବିରା ପଞ୍ଚାୟତ ର ଏମବିକେ ଶ୍ରୀମତୀ ଝୁନୁଲତା ଦାସ ତାଙ୍କ ଘର ଧାନବରଖୁଣ୍ଟା ଯିଏକି ଗୁରୁବାର ମଧ୍ୟାହ୍ନ ୧୨ ଟା ସମୟରେ ବ୍ଲକ ଅଫିସ ରେ ତାଙ୍କର କାର୍ଯ୍ୟ କରୁଥିବା ସମୟରେ ତାଙ୍କର ଭିଭୋ କମ୍ପାନୀର ଏକ ମୋବାଇଲ୍ କୁ କେହି ଜଣେ ଚୋରି କରି ନେଇଥିବା ଜାଣିପାରି ଥିଲେ । ପରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା କରି ନପାଇବାରୁ ଶେଷରେ ନିରାଶ ହୋଇ ଝୁନୁଲତା ଥାନା ରେ ଲିଖିତ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି। ତାଙ୍କର ମୋବାଇଲ ରେ ଗୁରୁତ୍ୱପୂର୍ଣ୍ଣ ଡାଟା ଓ ନମ୍ବର ଥିବାରୁ ଏସଏଜି ଗୃପ କାର୍ଯ୍ୟରେ ଅସୁବିଧା ହେଉଥିବା କହିଛନ୍ତି।
