କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ଆନୁକୂଲ୍ୟରେ ବିଶ୍ୱ ହାତୀ ଦିବସ ଅନୁଷ୍ଠିତ…. ତା 12/08/2026 ବୁଧବାର ଦିନ କେନ୍ଦୁଝର ଅଗ୍ରଣୀ ଅନୁଷ୍ଠାନ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ଓ କେନ୍ଦୁଝର ବନଖଣ୍ଡ ମିଳିତ ସହଯୋଗରେ, ହୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଶ୍ୱ ହାତୀ ଦିବସ ଅନୁଷ୍ଠିତ ହୋଇଯାଇଛି l କେଡ଼ି ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା କେନ୍ଦୁଝର ନଗରିକ ମଞ୍ଚ ଉପସଭାପତି ପରିବେଷବିତ ଶ୍ରୀ ଭକ୍ତ ବତ୍ସଳ ମହାନ୍ତି ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଶ୍ରୀ ଅନାମ ଚରଣ ଜେନା ଅଧ୍ୟକ୍ଷତା କରିଥିଲେ l 56 ଜଣ ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନେ ପ୍ରଶ୍ନ ଉତ୍ତର ମାଧ୍ୟ୍ୟମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l କେଡ଼ି ଟ୍ରଷ୍ଟ ର ବିକାଶ ଅଧିକାରୀ ସ୍ମୃତିରଞ୍ଜନ ମହାକୁଡ଼ ଅତିଥି ଭାବରେ ଯୋଗଦେଇ ଥିଲେ l ସେ କହିଲେ କେଉଁ କାଳରୁ କେନ୍ଦୁଝରରେ ହାତୀ -ମଣିଷର ସହାବସ୍ଥାନ ରହି ଆସିଛି l ରାସ୍ତାହେବା ,ରେଳ ଲାଇନ ପଡିବା, ଖଣି ଖାଦାନ ଗଢି ଉଠିବା ଓ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ହାତୀର ଚଲା ପଥ ପରିବର୍ତନ ଘଟିଛି l ଜଙ୍ଗଲରେ ହାତୀ ଖାଦ୍ୟ ଅଭାବ ହେଲାଣି l ହାତୀ ର ଆଚରଣ ବଦଳି ଯାଇଛି l ଗାଁଆ ମୁହାଁ ହାତୀକୁ ନିୟନ୍ତ୍ରଣ କରିବା ପାଇଁ, ଜଙ୍ଗଲରେ ବର, ଓସ୍ତ, କେନ୍ଦୁ, ଚାର, ବାଉଁଶ, ଆମ୍ବ, ପଣସ ଓ କଦଳୀ ଆଦି ଗଛ ଜଙ୍ଗଲରେ ଲଗାଇବାକୁ ପଡିବ l ଶୋଇବା ଘରେ ହାଣ୍ଡିଆ, ଧାନ, ଚାଉଳ, ମାଣ୍ଡିଆ ରଖିବା ନାହିଁ l ହାତୀ ଗନ୍ଧ ବାରି ଘରେ ପଶି ହାଣ୍ଡିଆ ଖାଉଛି, ଘର ଭାଙ୍ଗୁଛି ଓ ହାତୀ ହାବୁଡ଼ରେ ମଣିଷ ପଡିଲେ ମାରି ଦେଉଛି ବିଷୟ ବୁଝାଇ ଥିଲେ l ହାତୀ କୁ ଆମେ ସୁରକ୍ଷା ଦେବାକୁ ନିବେଦନ କରିଥିଲେ l କେ ଡି ଟ୍ରଷ୍ଟ ତରଫରୁ ହରିଚନ୍ଦନପୁର ଓ ସଦର ବ୍ଲକ ରେ ହାତୀ -ମଣିଷ ସହାବସ୍ଥାନ ସଚେତନତା ଅଭିଯାନ ଜାରି ରହିବବୋଲି ଭକ୍ତ ବତ୍ସଳ ଜଣାଇଛନ୍ତି l
