
ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ସୋର ବ୍ଲକ ଅନ୍ତର୍ଗତ କୁଶକ୍ଷେତ୍ର ଗୁଡ଼ ଗ୍ରାମରେ ପବିତ୍ର ରଥଯାତ୍ରାର ଦ୍ୱିତୀୟ ଦିବସରେ ଶ୍ରୀ ଅନନ୍ତ ବଳଦେବଜୀଉ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହା ପ୍ରଥମ ଥର ଶିଳାବ୍ରହ୍ମ ଯୁବ ପରିଷଦ,କୁଶକ୍ଷେତ୍ର, ଗୁଡ଼ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସୋର ତହସିଲଦାର ଦୈତାରୀ ମଲିକ,ସମ୍ମାନିତ ଅତିଥି ସୋର ଥାନଧିକାରୀ ସୁଦୀପ୍ତ ସାହୁ, ବାସୁଦେବପୁର ଥାନାଧିକାରୀ ଲୋପାମୁଦ୍ରା ନାୟକ, ବରିଷ୍ଠ ଶିକ୍ଷାବିତ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଧର ପତ୍ରି, ମୁଖ୍ୟ ବକ୍ତା ପଦ୍ମଲୋଚନ ଦାସ ଏବଂ ମୁଖ୍ୟ ସେବକ ଶିବାଜୀ ଚରଣ ନାୟକ ଯୋଗ ଦେଇଥିଲେ।ମହୋତ୍ସବରେ ମୁଖ୍ୟ ଆକର୍ଷଣ ଥିଲେ ଓଡ଼ିଶାର ପ୍ରସିଦ୍ଧ ଆଧ୍ୟାତ୍ମିକ ପ୍ରବଚକ ତଥା ଭଜନ କଣ୍ଠ ଶିଳ୍ପୀ ଶିବ ପ୍ରସାଦ ଦାସ। ସୁଧାସାର ଭଜନ ଗ୍ରୁପ, କଟକ ଏବଂ ଓଡ଼ିଶୀ, ସମ୍ବଲପୁରୀ ନୃତ୍ୟ ଆଦ୍ୟାଶା ଗ୍ରୁପ, ସୋର ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ। ଏହି ମହୋତ୍ସବରେ କୁଶକ୍ଷେତ୍ର ଗୁଡ଼ ଗ୍ରାମର ବଳଦେବଜୀଉଙ୍କ ବଡଦାଣ୍ଡ ପୁରା ଭକ୍ତି ମୟ ପରିବେଶରେ ଲୋକାରଣ୍ୟ ହୋଇଯାଇଥିଲା।ବର୍ଷା ହେଉଥିଲେ ମଧ୍ୟ ଭକ୍ତ ମାନେ ବର୍ଷାକୁ ଖାତିର ନ କରି କଣ୍ଠ ଶିଳ୍ପୀ ଶିବ ପ୍ରସାଦ ଦାସ ଙ୍କ ଗୀତ ଓ ଭକତେ ଏବଂ ନମସ୍ତେ ପ୍ରଭୁ ବଳଦେବ ଗୀତ ରେ ହଜାର ହଜାର ଭକ୍ତ ନାଚି ଉଠି ଥିଲେ। ଯାହାକି ପ୍ରଭୁଙ୍କ ତାଳଧ୍ଵଜ ରଥ ୧୫ ମିନିଟ ଅଟକି ଯାଇଥିଲା ଏବଂ ପରେ ଶିବ ପ୍ରସାଦ ଦାସଙ୍କ ଗୀତ ସରିବା ପରେ ପ୍ରଭୁଙ୍କ ରଥ ବଡଦାଣ୍ଡରେ ଗଡ଼ିଥିଲା ଏହା ଏକ ଅଲୋକିକ ଘଟଣା ବୋଲି ସେଠାକାର ଭକ୍ତମାନେ କହିଛନ୍ତି। ଶେଷରେ ପ୍ରଭୁଙ୍କ ଗୁଣ ଗାନରେ ଭକ୍ତ ମାନେ ଆନନ୍ଦ ଉଲ୍ଲାସରେ ମଜି ଯାଇଥିଲେ। ଏହି ମହୋତ୍ସବରେ ଦିବଂଗତ ରତିକାନ୍ତ ପଣ୍ଡା (ବାରୁ ନନା )ଙ୍କ ସ୍ମୃତିରେ ଶ୍ରୀ ଅନନ୍ତ ବଳଦେବଜୀଉ ମହୋତ୍ସବ ତରଫରୁ ମରୋଣତ୍ତର ସମ୍ମାନ ଭାବେ ତାଙ୍କ ଝିଅକୁ ସମ୍ମାନିତ କରାଯାଇଥିଲା। ସୂଚନା ଯୋଗ୍ୟ ବାରୁ ନନା ଉକ୍ତ ମହୋତ୍ସବକୁ ପ୍ରଥମେ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶିଳାବ୍ରହ୍ମ ଯୁବ ପରିଷଦର ସଦସ୍ୟବୃନ୍ଦ ସଭାପତି ମୁକ୍ତିକାନ୍ତ ପଣ୍ଡା, ଉପସଭାପତି ସୁବାଷ ପଣ୍ଡା,ସମ୍ପାଦକ ଅଜୟ ପଣ୍ଡା,କୋଷାଧକ୍ଷ ଚନ୍ଦ୍ରକାନ୍ତ ନାୟକଙ୍କ ସହ ଦେବାଶିଷ, ପ୍ରଶାନ୍ତ, ଚିଦାନନ୍ଦ, ଦୀପକ ରଞ୍ଜନ, ଶଶାଙ୍କ, ରମେଶ, ନିଗମ, ଶଶିକାନ୍ତ, ତାରାକାନ୍ତ, ମନୋଜ, ଶ୍ରୀକାନ୍ତ, ନରେନ୍ଦ୍ର,ଶୁଭବ୍ରତ, ରବିନାରାୟଣ, ରଞ୍ଜନ, ଗୋଲକ, ବଳରାମ,ଗୌରହରି, ମାନସ,ଜ୍ଞାନ, ସୂର୍ଯ୍ୟକାନ୍ତ, ଚନ୍ଦ୍ରକାନ୍ତ, ପୁରୋସ୍ତମ, ପଦ୍ମଲୋଚନ, ମାନସ, ରାମକୃଷ୍ଣ ଏବଂ ମନୋଜ ପ୍ରମୁଖ ଦାୟିତ୍ୱପୂର୍ଣ୍ଣ ଭାବେ ପରିଚାଳନା କରିଥିଲେ।