ନୂଆପଡା(ମିଖାଏଲ ନନ୍ଦ) : ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ବ୍ଲକରେ ମୁକ୍ତ ବିଚାର ମଞ୍ଚ, ଖଡ଼ିଆଳ ଆନୁକୂଲ୍ୟରେ ପ୍ରତି ମାସ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୁଏ। ଏହି କ୍ରମରେ ରବିବାର 29.6.25 ତାରିଖ ଦିନ ‘ଇରାନ ଉପରେ ଇସ୍ରାଏଲର ଆକ୍ରମଣ ଯଥାର୍ଥ ‘ ଶୀର୍ଷକ ଉପରେ କ୍ଷତ୍ରିୟ ପାଟଣା ପ୍ରେକ୍ଷାଳୟରେ ଆଲୋଚନା ହୋଇଥିଲା। ମଞ୍ଚ ପରମ୍ପରା ଅନୁସାରେ ଶ୍ରୀ ପୁଣ୍ୟତୋଷ ମୁଣ୍ଡ ଓ ଶ୍ରୀ ଭଗତ ସିଂହ ବିଷୟ ସପକ୍ଷରେ ତଥା ଡ. ବି କେ ପତି ଓ ଶ୍ରୀ ଆଦିତ୍ୟ ନାରାୟଣ ପଣ୍ଡା ବିଷୟବସ୍ତୁ ବିପକ୍ଷରେ ଯୁକ୍ତି ବାଢିଥିଲେ। ପୂର୍ବତନ ଆୟକର ଅଯୁକ୍ତ ଶ୍ରୀକାନ୍ତ ଚଟର୍ଜୀ ସଭାପତିତ୍ୱ କରିଥିଲେ।
ଆଲୋଚନା ବୈଠକରେ ସହରର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି ପ୍ରଶ୍ନ ଉତ୍ତରରେ ସକ୍ରିୟ ଯୋଗଦାନ କରିଥିଲେ। ସର୍ବଶ୍ରୀ ସାମୁଏଲ ଦାନୀ,ଅଶ୍ୱିନୀ ପାଢ଼ୀ, ସୁଶାନ୍ତ ବିଶି, କାର୍ତ୍ତିକ ବାଗ, ଠାକୁର ଦାସ ମହାନନ୍ଦ, ନନ୍ଦ କିଶୋର ପ୍ରଧାନୀ, ନନ୍ଦଲାଲ ବାରିକ, ଆଲୋକ ରଥ, ଭାନୁ ସୁନାନୀ, ସତୀଶ ପଟନାୟକ, ଆକାଶ ସୁନାନୀ, ଅଧ୍ୟାପିକା ମୀନା ସାହା, ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ କିଶୋର ବାଗ ଧନ୍ୟବାଦ ପ୍ରଦାନ କରିଥିଲେ।
