ବୌଦ୍ଧ (କୃଷ୍ଣ ଚନ୍ଦ୍ର ସିଂହ) : ରାସ୍ତା ପାଇଁ ଲୋକେ ହିନସ୍ଥା… କାଦୁଅ ପାଇଁ ବସିଲା ନାଇଁ ହରଭଙ୍ଗା ସାପ୍ତାହିକ ହାଟ! ଉକ୍ତ ରାସ୍ତା ର ମୁଖ୍ୟ ସମସ୍ୟା ସୃଷ୍ଟି କରୁଛି ଦୈନିକ ଯାଉଥିବା ବାଲି ହାଇବା ଓ ଟ୍ରାକ୍ଟର । ଏହି ରାସ୍ତା ଦେଇ ପ୍ରତ୍ୟକ ଦିନ ବେଆଇନ ବାଲି ହାଇବା ଟ୍ରାକ୍ଟର, ଓ ଓଭର ଲୋଡ଼ିଂ ରେ ଯାତାୟାତ ଯୋଗୁଁ ରାସ୍ତା ଅବସ୍ଥା ଶୋଚନୀୟ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଙ୍କ ଅଭିଯୋଗ ହେଉଛି । ସୂଚନା ଥାଉକି କାହିଁ କେଉଁ ଅମଳରୁ ବୌଦ୍ଧ ଜିଲ୍ଲା ପରିଚିତ ହରଭଙ୍ଗା ସାପ୍ତାହିକ ହାଟ ମହାନଦୀ କୂଳରେ ବସି ଆସୁଛି । ଏହି ହାଟ ପାଇଁ ଅଞ୍ଚଳ ର ଲୋକେ ସପ୍ତାହକୁ ଥରେ ତେଲ, ଲୁଣ, ପନିପରିବା ଠୁ ଆରମ୍ଭ କରି ଘରେ ନିତ୍ୟ ବ୍ୟବହାରିକ ସାମଗ୍ରୀ କିଣା ବିକା ପାଇଁ ସୋମବାର କୁ ଅପେକ୍ଷା କରିଥାନ୍ତି । ଅନ୍ୟପଟେ କେତକ ଲୋକ ହାଟ ପାଇଁ ନିଜର ଜୀବିକା ନିର୍ବାହ କରିଥାନ୍ତି ବିଭିନ୍ନ ବ୍ୟବସାୟ କରି ସପ୍ତାହକ ପର୍ଯ୍ୟନ୍ତ ନିଜର ଗୁଜୁରାଣ ମେଣ୍ଟାଈ ଥାନ୍ତି । ଉକ୍ତ ହାଟ କୁ ଯିବା ପାଇଁ ହେଲେ ଅଞ୍ଚଳର ଲୋକ, ବ୍ୟବସୟୀ ଠୁ ଆରମ୍ଭ କରି ସମସ୍ତେ ଥାନା ଛକ ରାସ୍ତା ଦେଇ ହାଟକୁ ଯାଇଥାନ୍ତି । ଏହି ରାସ୍ତା ଉପ ରେ ଅଞ୍ଚଳର ଲୋକ ଦୈନିକ ନଦୀ କୁ ଯିବା ଗାଧୋଇଯିବା, ପିଇବା ପାଣି ପାଇଁ ଯିବା,, ମନ୍ଦିର ଯିବା ଆଦିକାର୍ଯ୍ୟ ପାଇଁ ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ଉକ୍ତ ରାସ୍ତା ର ସମସ୍ୟା ର ସମାଧାନ ହୋଇପାରିଲା ନାହିଁ କି ସ୍ଥୟୀ ରାସ୍ତା ଖଣ୍ଡିଏ ହୋଇପାରିଲା ନାହିଁ । ଏପରିକି ରାସ୍ତା ନିର୍ମାଣ ପାଇଁ ସ୍ଥନୀୟ ଜନ ପ୍ରତିନିଧି ବା ପ୍ରଶାସନ ଆନ୍ତରିକତା ପ୍ରକାଶ ପାଇ ପାରୁନାହିଁ । ଯାହାକୁ ନେଇ ସରକାର ଙ୍କ ଗମନା ଗମନ ବିକାଶ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି । ଫଳରେ ବର୍ଷା ଚାରିମାସ ପର୍ଯ୍ୟନ୍ତ ଲୋକେ ନିଜକୁ ନିଜେ ଭାଗ୍ୟ କୁ ନିନ୍ଦି ଆଣୁ୍ଠୁଏ କାଦ ରେ ଯାତାୟାତ କରିଥାନ୍ତି । ଅନ୍ୟପଟେ ଉକ୍ତ ରାସ୍ତା ଦେଇ ଦୈନିକ ଦିନରାତି ମହାନଦୀ ରୁ ହାଇବା ଓ ଟ୍ରାକ୍ଟର ଯୋଗେ ବାଲି ଯାଉଥିବାରୁ ରାସ୍ତା ସମସ୍ୟା ର ମୁଖ୍ୟ ବାଧକ ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି! ଦୈନିକ ଥାନା ପଛପାଖ ଦେଇ ଟ୍ରିପ ଟ୍ରିପ ବାଲି ଯିବା, ଅତ୍ୟଧିକ ଲୋଡ଼ିଂ ପାଇଁ ରାସ୍ତା ସମସ୍ୟା ଆଉ ଟିକେ ଦ୍ବିଗୁଣିତ ସମସ୍ୟା ବୋଲି ଅଞ୍ଚଳ ଲୋକେ ଦାବି କରିଛନ୍ତି!ଆଜି ସାପ୍ତାହିକ ହାଟ ଥିବାରୁ କ୍ରୟ ବିକ୍ରୟ ପାଇଁ ସକାଳୁ ସକାଳୁ ଅଞ୍ଚଳ ଲୋକ, ବ୍ୟବସୟୀ ମାନେ ପହଂଚିଥିଲେ । କିନ୍ତୁ ରାସ୍ତା କାଦୁଅ ପାଇଁ ଯାଇ ପାରିନଥିବାରୁ ସମସ୍ତେ ଫେରି ଆସିଥିଲେ । ଅନ୍ୟପଟେ କାଦୁଅ ରାସ୍ତା ପାଇଁ ବୋଲି ଆଜି ହରଭଙ୍ଗା ସ୍ଥିତ ଥିବା ପୁରୁଣା ବଙ୍ଗଳା ନିକଟରେ ଅସ୍ୱାସ୍ଥ୍ୟ କର ପରିବେଶ ରେ ହାଟ ବସିଥିବା ଦେଖିବାକୁ ମିଳିଥିଲା ।ଏପଟେ ବେଆଇ ବାଲି ହାଇବା, ଟ୍ରାକ୍ଟର କୁ ଉକ୍ତ ରାସ୍ତା ରେ ବନ୍ଦ କରିବା ଏବଂ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଅଞ୍ଚଳ ଲୋକ ନିକଟସ୍ତ ପୋଲିସ ଷ୍ଟେସନ ପହଁଚି ଅଭିଯୋଗ କରିଥିଲେ ।ଏପଟେ ହରଭଙ୍ଗା ଥାନା ଅଧିକାରୀ ମହାନଦୀ ରୁ ବାଲି ଉଠାଉଥିବା ଦାୟିତ୍ୱ ରେ ଥିବା ମୁନୁସୀ କୁ ଡାକି ତୁରନ୍ତ ଖାଲ ଖମା ଠୁ ଆରମ୍ଭ କରି କାଦୁଅ ସ୍ଥାନ ରେ ରାସ୍ତା ନିର୍ମାଣ ପାଇଁ ନିର୍ଦେଶ ଦେଇଥିଲେ । ପରେ ଲୋକ ମାନେ ଥାନାରୁ ଫେରିଥିବା ବେଳେ ଖୁବ ଶୀଘ୍ର ପ୍ରଶାସନ ରାସ୍ତା ସମସ୍ୟା ନବୁଝିଲେ କିମ୍ୱା ସ୍ଥାୟୀ ରାସ୍ତା ନିର୍ମାଣ ନକଲେ ଆମେ ଆମର ହକ ପାଇଁ ରାଜରାସ୍ତା କୁ ବାଧ୍ୟ୍ୟ ହୋଇ ଓଲ୍ହାଇବୁ ଏବଂ ଦରକାର ପଡିଲେ ବେଆଇନ ବାଲି ହାଇବା, ଟ୍ରାକ୍ଟର ଗୁଡିକ କୌଣସି ମତେ ନଦୀକୁ ପଠାଇ ଦେବୁ ନାହିଁ ବୋଲି ପ୍ରତିବାଦ କରିଥିବା ଜଣାପଡ଼ିଛି ।
