ବସ୍ତା (ସେଖ ଆଜାରୁଦ୍ଦିନ) : ବାଲେଶ୍ବର ଜିଲା ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ କର୍ମଚାରୀ ବଦଳି ଏବଂ ବିଭିନ୍ନ ଅବହେଳାକୁ ନେଇ ଗତ ୧୮ ତାରିଖରେ ବସ୍ତା ଦେବସେନା ସଂଗଠନ କର୍ମକର୍ତ୍ତା ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଭେଟି ବସ୍ତା ସ୍ବାସ୍ଥ୍ଯକେନ୍ଦ୍ରରେ ବିଭିନ୍ନ ସମସ୍ଯା, ମେଡିକାଲକୁ ଆସୁଥିବା ବିଭିନ୍ନ ଫଣ୍ତ ଜରିଆରେ ଅର୍ଥ ହରିଲୋଟ ସମ୍ବଦ୍ଧରେ ଏକ ଦାବିପତ୍ର ଗତ ତା ୧୦/୬/୨୦୨୫ ରିଖ ପ୍ରଦାନ କରାଯାଇଥିଲା। ହେଲେ ୨୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ନ କରିବା ଏବଂ ଦେବସେନା କର୍ମକର୍ତ୍ତାଙ୍କ ଫୋନ ନ ଉଠାଇବା ମୋବାଇଲ ଫୋନ ସୁଇଚ ବନ୍ଦ କରିବା ଏବଂ ଅଭିଯୋଗ ପତ୍ରକୁ କାର୍ଯ୍ଯକାରୀ ନ କରିବା ପ୍ରତିବାଦରେ ଆଜି ଦିନ ୧୦ ଘଟିକା ସମୟରେ ବାହାର୍ଦ୍ଦା ପଞ୍ଚାୟତ ଗାନ୍ଧିଛକ ନିକଟରେ ଦେବସେନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ବସ୍ତା ମୁଖ୍ୟ ଚିକିତ୍ସାଳୟ ଚାଲୁଥିବା ଅନିୟମିତତାକୁ ଯାଞ୍ଚ କରି ତୁରନ୍ତ ପଦକ୍ଷେପ ଗ୍ରହଣ ନ କରିବା ଦୁଃଖ ଓ ପରିତାପର ବିଷୟ ବୋଲି ଦେବସେନା ଆଇଟିସେଲ ଅଧ୍ଯକ୍ଷ ବାବୁ ପାଣି ପ୍ରକାଶ କରିଛନ୍ତି । ଦିର୍ଘ ଦିନ ଧରି ବସ୍ତା ସ୍ବାସ୍ଥ୍ଯକେନ୍ଦ୍ର ବିଭିନ୍ନ ପ୍ରକାରର ଅବହେଳା ରେ ରହିଅଛି। ମାସିକ ସ୍ବାସ୍ଥମେଳା ଖାଲି କାଗଜ ପତ୍ରରେ ସୀମିତ ରଖିବା, ଗର୍ଭବତୀ ମାନଙ୍କ ପ୍ରସବ ସମୟରେ କର୍ମଚାରୀଙ୍କ ଦ୍ବାରା ହାତଗୁଞ୍ଜା ମାଗିବା, ବାହାରୁ ଔଷଧ ଆଣିବା ପାଇଁ ରୋଗୀଙ୍କୁ ବାଧ୍ୟ କରିବା, କାର୍ଯ୍ୟରତ କର୍ମଚାରି ମାନେ କର୍ତ୍ତବ୍ୟରେ ଅବହେଳା କରୁଥିଲେ ମଧ୍ଯ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଦୁଃଖ ଓ ପରିତାପର ବିଷୟ ହୋଇଛି । ଖୁଦ ଭାରପ୍ରାପ୍ତ ଅଧିକାରୀ ଡାକ୍ତରଖାନାରେ ନ ରହି ରୋଗୀ ଦେଖିବାତ ଦୂରର କଥା ତାଙ୍କୁ ସାକ୍ଷାତ କରିବାକୁ ହେଲେ ସନ୍ଧ୍ୟାରେ ଦେଖାକର ବୋଲି କହୁଛନ୍ତି। ଦିର୍ଘ ବର୍ଷ ଧରି ଗୋଟିଏ ମେଡିକାଲରେ ରହିବା ଯୋଗୁ ର୍ଦୁନିତିଚେର ଲମ୍ବେଇ ଯାଇଛି ବୋଲି ଅଭିଯୋଗ ହୋଇଛି । ନୂତନ ଭାବେ ବସ୍ତା ମେଡିକାଲ ହୋଇଛି ହେଲେ ବିଭିନ୍ନ ବିଭାଗର ଡାକ୍ତର ନିଯୁକ୍ତି ନାହାନ୍ତି। ସାଧାରଣ ତ ପେଟ ଯନ୍ତ୍ରଣା ହେଲେ ରୋଗୀଙ୍କୁ ବାଲେଶ୍ବର ପଠାଉଛନ୍ତି। ଅଲଟ୍ରା ସାଉଣ୍ଡ ଡିଜିଟାଲ ଏକ୍ସରେ ଓ ଅନ୍ୟାନ୍ୟ ମେସିନ ଗୁଡ଼ିକ ଥାଇ ମଧ୍ଯ ଅଚଳ ଅବସ୍ଥାରେ ପଡିରହିଛି। ସବୁଠୁ ଦୁଃଖର ବିଷୟ ଡିଉଟି ନ କରି ଦୀର୍ଘ ଦଶ ବର୍ଷ ଧରି ବସି ରହିଥିବା ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଦେବବ୍ରତ ଜେନା, ବି ପି ଏମ ଅରବିନ୍ଦ ଦିଣ୍ଡା ଓ ମୁଖ୍ୟ କିରାଣି ହିମାଂଶୁ ନାୟକଙ୍କୁ ଏଠାରୁ ଯଥାଶୀଘ୍ର ଅନ୍ୟତ୍ର ବଦଳି କରିବା ସହିତ ମେଡିକାଲରେ ଆସୁଥିବା ଅର୍ଥକୁ ଭିଜିଲାନ୍ସ ଦ୍ବାରା ତଦନ୍ତ କରିବା ପାଇଁ ଦେବସେନା ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ଯମନ୍ତ୍ରୀ ଓ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ତେବେ ଡାକ୍ତରଖାନାକୁ ବିଭିନ୍ନ ବିଭାଗରେ ଆସୁଥିବା ସରକାରୀ ଅର୍ଥ ଆତ୍ମସାତ କରିବା ଏବଂ ୨୦୨୨/ ୨୩/ ୨୪/୨୫ରେ ଆସି ଥିବା କାୟକଳ୍ପ ଟଙ୍କାର ଯାଞ୍ଚ ଓ ପ୍ରତି ମାସରେ ଆସୁଥିବା ସ୍ବାସ୍ଥ୍ୟ ମେଳାର ଅର୍ଥରାଶିକୁ ତୁରନ୍ତ ଯାଞ୍ଚ କରାଇ ସାର୍ବଜନୀନ କରାଯାଉ ବୋଲି ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥାପନା କରିଛନ୍ତି। ସଂଗଠନ ଜିଲ୍ଲା ସଭାପତି ଶଙ୍କର କୁମାର ଜେନା, ଜିଲ୍ଲା ଆଇଟି ସେଲ ସଭାପତି ବାବୁ ପାଣି, ଅନ୍ତର୍ଯ୍ୟାମୀ ରାଉଳ, ନୀଳ ମାଧବ ସିଂହ, ପିନାକୀ ନାରାୟଣ ପ୍ରହରାଜ, ଉମେଶ ବେହେରାଙ୍କ ସମେତ ବହୁ ଦେବ ସୈନିକ ଉପସ୍ଥିତ ରହି ନିଜର ମତ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି ଆଗାମୀ ୭ ଦିନ ମଧ୍ୟରେ ଡାକ୍ତର ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ସମସ୍ତ ଅର୍ଥର ତଦାରଖ କରା ନ ଗଲେ ଦେବସେନା ସଂଗଠନ ମେଡିକାଲ ସମ୍ମୁଖରେ ଆନ୍ଦୋଳନ ପନ୍ଥା ଅବଲମ୍ବନ କରିବେ ବୋଲି ଜିଲ୍ଲା ଅଧ୍ଯକ୍ଷ ଶଙ୍କର କୁମାର ଜେନା ଓ ଜିଲ୍ଲା ଆଇଟି ସେଲ ଅଧ୍ୟକ୍ଷ ବାବୁ ପାଣି ପ୍ରକାଶ କରିଛନ୍ତି।
