*ବ୍ରହ୍ମପୁର ଉପଖଣ୍ଡରେ ବିଭିନ୍ନ ରାଜନୈତିକ ଦଳଙ୍କୁ ଫର୍ମ ବଣ୍ଟନ*
*ବ୍ରହ୍ମପୁର- ୦୭. ୦୮.୨୦୨୬* – ବ୍ରହ୍ମପୁର ଉପଖଣ୍ଡ ସ୍ତରରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ସଭା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସମ୍ଭନ୍ଧୀୟ ବିଭିନ୍ନ ବିଷୟ ଯଥା ଆପତ୍ତି ଅଭିଯୋଗ ବିଷୟ ଆଲୋଚନା କରାଯାଇଥିଲା I ଏହି ସଭାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଚିଠି ଅନୁଯାୟୀ ଫର୍ମ ନମ୍ୱର ୯, ୧୦, ୧୧, ୧୧ ଏ ଓ ୧୧ ବି ପ୍ରତିନିଧିମାନଙ୍କୁ ଯୋଗାଇ ଦିଆଯାଇଥିଲା I ଏହା ବ୍ୟତୀତ ଯୁବ ଭୋଟର ମାନେ କିପରି ଅଧିକ ରୁ ଅଧିକ ଆବେଦନ କରିବେ ତାହା ରାଜନୈତିକ ଦଳ ମାନଙ୍କର ସହଯୋଗ ନିମନ୍ତେ ଅନୁରୋଧ କରାଯାଇଥିଲା I ଏହି ସଭାରେ ବ୍ରହ୍ମପୁର ଉପଖଣ୍ଡର ବିଭିନ୍ନ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ମାନେ ଉପସ୍ଥିତ ରହି ରାଜନୈତିକ ଦଳ ଗୁଡିକର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ l ଏହି ସଭାରେ ସାନଖେମୁଣ୍ଡି ନିର୍ବାଚନ ଅଧିକାରୀ ଶ୍ରୀ ସୁନୀଲ କେରକେଟା, ଗୋପାଳପୁର ନିର୍ବାଚନ ଅଧିକାରୀ ଶ୍ରୀ ଅବିନାଶ କୁମାର , ଦିଗପହଣ୍ଡି ନିର୍ବାଚନ ଅଧିକାରୀ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା , ଚିକିଟି ନିର୍ବାଚନ ଅଧିକାରୀ ଶ୍ରୀମତୀ ରୀନା ନାୟକ ଏବଂ ବ୍ରହ୍ମପୁରର ଅତିରିକ୍ତ ନିର୍ବାଚନ ଅଧିକାରୀ ଉପସ୍ଥିତ ଥିଲେ l ଏହି ସଭାରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟୀ କଲେକ୍ଟର, ନିର୍ଵାଚନ ବିଭାଗ, ଶ୍ରୀ ସୁବ୍ରତ ରାମ ବିରାମ ଶତପଥୀ ଓ ତାଙ୍କର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ I
