ବାରିପଦାରେ ପଦ୍ମଭୂଷଣ ଦିଶୋମ ଗୃରୁ ଶିବୁ ସୋରେନଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ପାଳିତ —————————
ମୟୁରଭଞ୍ଜ ;-ବାରିପଦା –ଆଜି ତା ୪/୮ ରିଖ ବାରିପଦା ସ୍ଥିତ ଗଣେଶ କଲ୍ୟାଣୀ ମଣ୍ଡପ ଠାରେ ଝାରଖଣ୍ଡ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାରଖଣ୍ଡ ରାଜ୍ୟର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ, ଝାରଖଣ୍ଡ ଦଳର ସୁପ୍ରିମୋ ସମାଜ ସଂସ୍କାରକ ପଦ୍ମଭୂଷଣ ଦିଶୋମ ଗୁରୁ ଶିବୁ ସୋରେନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳର ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ସଭାରେ ସ୍ବର୍ଗତ ଶିବୁ ସୋରେନଙ୍କ ଫୋଟୋ ଚିତ୍ରରେ ପୁଷ୍ପ ଦେଇ ଶ୍ରଦ୍ଧା ଓ ସ୍ମୃତି ଚାରଣ ସଭା କାର୍ଯ୍ୟ ଆରମ୍ଭ କରିଥିଲେ | ଏଥିର ଗୁରୁଜୀଙ୍କୁ ଭଲ ପାଉଥିବା ଓ ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ବ୍ୟକ୍ତି ଗଣ ଉପସ୍ଥିତ ହୋଇ ତାଙ୍କ ଜୀବନୀର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ | ଶ୍ରୀ ସୋରେନ ଏକା ଧାରାରେ ସମାଜ ସଂସ୍କାରକ, ନିର୍ଭିକ ଓ ସାହସୀ ରାଜନେତା ଥିଲେ ତାଙ୍କରି ଚେଷ୍ଟାରେ ଝାରଖଣ୍ଡ ରାଜ୍ୟ ଗଠନ ହୋଇପାରିଛି | ଦିଶୋମ ଗୁରୁ ଶିବୁ ସୋରେନଙ୍କ ଜନ୍ମ ପୂର୍ବରୁ ବିହାର ରାଜ୍ୟ ଓ ବର୍ତମାନ ଝାରଖଣ୍ଡ ରାଜ୍ୟର ନେମରା ଗ୍ରାମରେ ୧୯୪୪ମସିହା ଜାନୁଆରୀ ୧୧ତାରିଖରେ ଜନ୍ମ ଗ୍ରହଣ କରିଥିଲେ ସେହିଠାରୁ ତାଙ୍କର ସଂଘର୍ଷ ଜୀବନ କାହାଣୀ ଆରମ୍ଭ ହୋଇଥିଲା | ଜମିଦାରୀ ପ୍ରଥା ବିରୋଧରେ ଲଢେଇ କରି ନିଜ ସମାଜ ତଥା ଗରିବ ଜନସାଧାରଣଙ୍କ ମସିହା ପାଲଟିଥିଲେ | ପରବର୍ତୀ ସମୟରେ ଦିଶୋମ ଗୁରୁ ଆଖ୍ୟା ପାଇଥିଲେ | ଶ୍ରୀ ସୋରେନଙ୍କ ଉଦ୍ୟମରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳ ପ୍ରତିଷ୍ଠା ହୋଇ ଆଜି ଝାରଖଣ୍ଡ ରାଜ୍ୟରେ ଶାସନ କରିବା ସହିତ ଦେଶରେ ବହୁ ରାଜ୍ୟରେ ଆଦିବାସୀ ଗରିବ ନିଷ୍ପେଶିତ ଶ୍ରେଣୀର ଲୋକଙ୍କ ହକ ଓ ଅଧିକାର ପାଇଁ ଲଢେଇ କରୁଛି ସେଥିମଧ୍ୟରୁ ଆମ ରାଜ୍ୟ ଓ ଆମ ଜିଲ୍ଲା ମୟୁରଭଞ୍ଜ ଅନ୍ୟତମ | ଶ୍ରୀ ସୋରେନ ମୟୁରଭଞ୍ଜ ତଥା ମୟୁରଭଞ୍ଜର ଲୋକଙ୍କୁ ବହୁତ ଭଲ ପାଉଥିଲେ ସେ ପାଇଁ ମୟୁରଭଞ୍ଜରେ ପାରିବାରିକ ସମ୍ପର୍କ ଯୋଡ଼ିଥିଲେ | ଦିଶମ ଗୁରୁ ଶିବୁ ସୋରେନ ୧୦ ଥର ସାଂସଦ ହୋଇଥିଲେ ସେଥି ମଧ୍ୟରୁ ୮ଥର ଲୋକସଭା ଓ ୨ଥର ରାଜ୍ୟ ସଭାରୁ ତତସହିତ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହୋଇଥିଲେ ଉକ୍ତ ସଭରେ ଜିଲ୍ଲା ଉପସଭାପତି ଜିତୁ ମହାନ୍ତ, ବିରଞ୍ଚି ପାତ୍ର, ବାରିପଦା ସହର ସଭାପତି, ଯୁବ ନେତା ଅମୀର ଖାନ, ସିପୁ ମୁଦୁଲି, ପରାଣ ହେମ୍ବ୍ରମ, ବାରିପଦା ବ୍ଲକର ପାରନ ହେମ୍ବ୍ରମ, ବବଲୁ ସିଂ, ରାଜ୍ୟ ପରିଷଦ ସଦସ୍ୟ ସୁଜିତ ବେହେରା, ପ୍ରିୟ ରଞ୍ଜନ ସୋରେନ,ହେମନ୍ତ ମହାନ୍ତ, ଶ୍ରବଣ ମହାନ୍ତ, ଦୀପକ ଗିରି, ବିଜୟ ଗୋପ ପ୍ରମୁଖ ଶତାଧିକ ଗୁରୁଜୀଙ୍କ ସମର୍ଥକ ଯୋଗଦାନ କରିଥିଲେ ।
ମୟୂରଭଞ୍ଜରୁ ମୋନାଲୀ ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର
