*ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ରେ ଲଗାଣ ବର୍ଷା ରେ ବନ୍ୟାର ତାଣ୍ଡବ, ଧୋଇ ନେଲା ସିଆଲଲଟି ନାଲା, ନିଜ ହାତରେ ଗ୍ରାମବାସୀ ମାନେ କାଠର ପୋଲ ନିର୍ମାଣ କରି ଯାତାୟାତ ସ୍ୱାଭାବିକ କଲେ ଗ୍ରାମବାସୀ* ନୂଆପଡା(ମିଖାଏଲ ନନ୍ଦ) ତା:୦୨.୦୮.
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ରେ ମଧ୍ୟ ଲଗାଣ ବର୍ଷା ରେ ବନ୍ୟାର ତାଣ୍ଡବ ଲୀଳା ଭିଆଇ ଥିବା ବେଳେ ବ୍ୟାପକ କ୍ଷୟ କ୍ଷତି ହୋଇଅଛି। ଏହି କ୍ଷୟ କ୍ଷତି ବିଶେଷ କରି ନଦୀ, ନାଲା, ବ୍ରିଜ୍ ଏବଂ କଳଭାଟ ଉପରେ ତାର ପ୍ରକୋପ ସର୍ବାଧିକ ହୋଇଅଛି। ଭାଇସାଦାନି ଗ୍ରାମପଞ୍ଚାୟତ ଶିଆଳ ଲଟି ନାଲାରେ ଅନେକ କ୍ଷୟ କ୍ଷତି ହୋଇଅଛି। ନାଲାକୁ ଦିର୍ଘ୍ ୧୦୦ ମିଟର ଧୋଇ ନେଇଥିବା ବେଳେ ସିଆଲଲଟି ନାଲା ରେ ଯାତାୟାତ ବାଧାପ୍ରାପ୍ତ ହେଉଥିଲା। ପ୍ରଶାସନିକ ଅଧିକାରୀ ବନ୍ୟା କ୍ଷତି ଗ୍ରସ୍ତ ଅଞ୍ଚଳ ପରିକ୍ରମା କରୁଥିବା ବେଳେ ଏହି ନାଲାକୁ ଗୁରୁତ ଦେଇ ଆବଶ୍ୟକ ମରାମତି ପାଇଁ ଦାବୀ କରିଥିଲେ। ପ୍ରଥମେ ନିଜ ହାତରେ ନିଜ ସଡ଼କ ସୁଧାର ଆଣିବା ସଂକଳ୍ପ ନେଇଥିଲେ। ଗ୍ରାମବାସୀ ବାହାରି ଜଙ୍ଗଲ ରୁ କାଠ ଆଣି କାଠର ପୋଲ ନିର୍ମାଣ କରିଛନ୍ତି। ମୋଦି ଜୀଙ୍କ ଲୋକାଲ ଫର ଭୋକାଲ କାର୍ଯ୍ୟ ସମ୍ପାଦନ କରିଛନ୍ତି।, ନିଜ ହାତରେ ଗ୍ରାମବାସୀ ମାନେ କାଠର ପୋଲ ନିର୍ମାଣ କରି ଯାତାୟାତ ସ୍ୱାଭାବିକ କଲେ ଗ୍ରାମବାସୀ।
