
ରୂପସା (ସେଖ ଆଜାରୁଦ୍ଦିନ) : ବାଲେଶ୍ୱର ସଦର ଆଙ୍କୋ ପଞ୍ଚାୟତରେ ଦେଖିବାକୁ ମିଳିଛି ଡ୍ରେନ ସମସ୍ୟା। ଟିକିଏ ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ପାଣି। ଡ୍ରେନ ନଥିବାରୁ ଟିକେଏ ବର୍ଷା ହେଲେ ଘରକୁ ପାଣି ପଶୁଛି, ଯାହା ଫଳରେ ଛୋଟ ଛୋଟ ପିଲାମାନେ ରାସ୍ତାରେ ସ୍କୁଲ ଯିବା ପାଇଁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଦିର୍ଘ ଦିନ ହେବ ଗାଁର ଲୋକମାନେ ବର୍ଷା ଦିନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହା ପ୍ରତି ପ୍ରଶାସନ ଟିକେ ନଜର ଦିଅନ୍ତୁ ବୋଲି ଅଞ୍ଚଳ ବାସି ଦାବି କରିଛନ୍ତି। ଏହି ଖବର ଶୁଣି ବିଭିନ୍ନ ମହଲରୁ ସମସ୍ତେ ନିନ୍ଦା କରୁଛନ୍ତି ।