
ସାରସକଣା,ଜାମଶଳା(ଅନିଲ କୁମାର ସାହୁ) : ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଜିଲ୍ଲା ଅବକାରୀ ବିଭାଗ ଆନୁକୂଲ୍ୟରେ ଗୁରୁବାର ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ନିଶା ନିବାରଣ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରାଲିକୁ ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଓ ନେତ୍ରାନନ୍ଦ ମଲ୍ଲିକ ଏବଂ ଅବକାରୀ ଅଧିକ୍ଷକ ପ୍ରଶାନ୍ତ କୁମାର କହଁର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ପରେ ରାଲି ବାରିପଦା ସହର ପରିକ୍ରମା ପୂର୍ବକ ଆଥଲେଟିକ ସଂଘ ସଭାଗୃହ ରେ ଏକ ସମାବେଶ ହୋଇଥିଲା। ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତ ସୋରେନ ସଭାପତିତ୍ୟରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ,ମୁଖ୍ୟବକ୍ତା ଭାବେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଜୟ କୁମାର ଦାସ,ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କହଁର ତଥା ପ୍ରଜାପତି ବ୍ରହ୍ମକୁମାରୀ ଈସ୍ୱରୀୟ ମହାବିଦ୍ୟାଳୟ ବାରିପଦା ଶାଖାର ମୁଖ୍ୟ ପରିଚାଳକ ବ୍ରହ୍ମ କୁମାରୀ ଉମା ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ।ଶେଷରେ ପ୍ରଜାପିତ ବ୍ରହ୍ମ କୁମାରୀ ଈସ୍ୱରୀୟ ମହାବିଦ୍ୟାଳୟର ବାରିପଦା ଶାଖା ତରଫରୁ କୁମାରୀ ସଙ୍ଗୀତା ଭଉଣୀ ରାଜଯୋଗର ଶିକ୍ଷା ଦେବା ସହ ଏହା ଦ୍ବାରା କିପରି ନିଶା ସେବନରୁ ମୁକ୍ତି ପାଇବାର ସହାୟକ ହେବ ସେ ନେଇ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମରେ ଅବକାରୀ ବିଭାଗର କର୍ମଚାରୀ ,ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀ,ପ୍ରଜାପତି ଈସ୍ୱରୀୟ ମହାବିଦ୍ୟାଳୟର ବାରିପଦା ଶାଖାର କର୍ମଚାରୀ ତଥା ସ୍ବତ୍ରନ୍ତ ବିଦ୍ୟାଳୟର (ଦୃଷ୍ଟିହୀନ ଓ ମୁକ ବଧିର) ର ଶିକ୍ଷକ ତଥା ସେଚ୍ଛାସେବୀ ସଙ୍ଗଠନ ଆରଡିଏସ,ରୋଜ ଓ ମୋନ ବିକାଶର କର୍ମକର୍ତ୍ତା ଯୋଗ ଦେଇଥିଲେ।