
ବସ୍ତା (ସେଖ ଆଜାରୁଦ୍ଦିନ) : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ଚୋରପଦା ଛକ ନିକଟରେ ଦୁର୍ଘଟଣା ଗ୍ରସ୍ତ ବୃଦ୍ଧ ଙ୍କୁ ମେଡିକାଲ ଆଣି ନିଜର ମାନବିକତା ଦେଖାଇଲେ ଏସଡିପିଓ ମାନସ କୁମାର ଦେଓ। ସୂଚନା ଅନୁସାରେ ଆଜି ଦିନ ଦଶ ଟା ସମୟରେ ଚୋରପଦା ଗ୍ରାମ ର ଅଶି ବର୍ଷ ର ବୃଦ୍ଧ ଦେବେନ୍ଦ୍ର ଦାସ ନିଜର ସାଇକେଲ ରେ ଅମର୍ଦ୍ଦା ବଜାର ଯାଇ ଘରକୁ ଫେରୁଥିବା ସମୟରେ ରାଜପଥ ଉପରେ ପଛପଟୁ ଏକ ବାଇକ୍ ଧକ୍କା ଦେଇଥିଲା। ତେବେ ସ୍ଥାନୀୟ ଲୋକେ ଘଟଣା ସ୍ଥଳ ରେ ପହଞ୍ଚି ବୃଦ୍ଧ ଙ୍କୁ ଉଦ୍ଧାର କରି ମେଡିକାଲ ପଠାଇବାକୁ ପ୍ରସ୍ତୁତି ସମୟ ରେ , ଉକ୍ତ ରାସ୍ତା ରେ ଯାଉଥିବା ବସ୍ତା ଏସଡିପିଓ ମାନସ କୁମାର ଦେଓ ଗାଡ଼ି ଅଟକ କରି ଘଟଣା ବିଷୟ ରେ ବୁଝିଥିଲେ ଏବଂ ସଙ୍ଗେ ସଙ୍ଗେ ଦୁର୍ଘଟଣା ଗ୍ରସ୍ତ ବୃଦ୍ଧ ଙ୍କୁ ନିଜର ଥାନା ଗାଡ଼ି ରେ ମେଡିକାଲ ଆଣି ଆଡ଼ମିଶନ କରିଥିଲେ। ଏବଂ ଦୁର୍ଘଟଣା ବିଷୟ ରେ ଅମର୍ଦ୍ଦା ଫାଣ୍ଡି କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାଜପଥ ଉପରେ ତାଙ୍କର ଏଭଳି କାର୍ଯ୍ୟ କୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।