**ଅବସର ଦିନରେ ହିଁ ଫାଇନାଲ ପେନସନ ପ୍ରଦାନ ;ବେଲଗୁଣ୍ଠା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଭିନବ ପଦକ୍ଷେପ**
ବେଲଗୁଣ୍ଠା, ୩୧/୦୭, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଏକତାଳ*ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଆଦିତ୍ୟ ପ୍ରସାଦ ଜେନା ଆଜି ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ସ୍ୱରୂପ ଅବସର ଦିନରେ ହିଁ ଶ୍ରୀ ଜେନାଙ୍କୁ ଫାଇନାଲ ପେନସନ ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଏବଂ ବ୍ଳକ୍ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମିଳିତ ଉଦ୍ୟମରେ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ବିଇଓ ଲୋପାମୁଦ୍ରା ରଥ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଜେନାଙ୍କ ଦୀର୍ଘ ଓ ନିଷ୍ଠାପର କର୍ମମୟ ଶିକ୍ଷକ ଜୀବନକୁ ଉଚ୍ଚ ପ୍ରଶଂସା କରିବା ସହିତ ତାଙ୍କର ସୁସ୍ଥ, ସୁଖମୟ ଓ ମଙ୍ଗଳମୟ ଅବସରପ୍ରାପ୍ତ ଜୀବନ କାମନା କରିବା ସହିତ ଫାଇନାଲ ପେନସନ ପ୍ରଦାନ କରିଥିଲେ। ପ୍ରାଥମିକ ଶିକ୍ଷକ ସଂଘ ସଭାପତି କୃଷ୍ଣଚନ୍ଦ୍ର ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଅନ୍ୟତମ ଅତିଥି ରୂପେ ଅବସରପ୍ରାପ୍ତ ଶିକ୍ଷକ ଆଦିତ୍ୟ ପ୍ରସାଦ ଜେନା,କିରାଣି ସୀମାଞ୍ଚଳ ପଟ୍ଟନାୟକ,ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ଜେନାଙ୍କୁ ଉପଢୌକନ,ମାନପତ୍ର ଏବଂ ଗୀତା ଗ୍ରନ୍ଥ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକ ଶିଶିର କୁମାର ସ୍ବାଇଁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସିଆରସିସି ଛାୟାକାନ୍ତ ମହାପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ। ଶିକ୍ଷକ ସଂଘ କାର୍ଯ୍ୟକାରୀ ସଭାପତି ମନୋଜ କୁମାର ପଟ୍ଟନାୟକ, ସଂପାଦକ ମନୋରଞ୍ଜନ ବିଷୋୟୀ,ସଂଗଠନ ସମ୍ପାଦକ ଆକୁଳ ସାହୁ,ଟୁକୁନା ବେହେରା, ସିଆରସିସି ଅନନ୍ତ ସେଠୀ,ସୁଧୀର କାନ୍ତ ତ୍ରିପାଠୀ,ରଞ୍ଜିତ ସାହୁ,ସୁକାନ୍ତ ନାୟକ,ହରେକୃଷ୍ଣ ଶତପଥୀ,ରମେଶ କୁମାର ପାଣିଗ୍ରାହୀ,ବରିଷ୍ଠ ଶିକ୍ଷକ ଅଶୋକ କୁମାର ବେହେରା,ଶଙ୍ଖନାଦ ସେନାପତି,ସୁବ୍ରତ ପାତ୍ରଙ୍କ ସମେତ ବ୍ଳକ୍ ର ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ କୌଣସି ପ୍ରକାର ହଇରାଣ ନକରି ସମୟୋପଯୋଗୀ ଭାବେ ପେନସନ ସୁବିଧା ଯୋଗାଇ ଦେବା ଦିଗରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଏହି ପଦକ୍ଷେପ ସମସ୍ତ ମହଲରେ ପ୍ରଶଂସା ସାଉଁଟିଛି। ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଏହି ପ୍ରଶାସନିକ ଦକ୍ଷତା ଓ ପଦକ୍ଷେପକୁ ବେଲଗୁଣ୍ଠା ବ୍ଲକର ଶିକ୍ଷକ-ଶିକ୍ଷୟିତ୍ରୀମାନେ ଭୂୟସୀ ପ୍ରଶଂସା କରିଥିବା ବେଳେ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ମଧ୍ୟ ଏହାକୁ ସ୍ୱାଗତ କରାଯାଇଛି। ପ୍ରକାଶ ଥାଉକି ଗତ ମାସରେ ମଧ୍ୟ ବେଲଗୁଣ୍ଠା ବ୍ଲକର ଚାରିଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅବସର ଦିନରେ ହିଁ ଫାଇନାଲ ପେନସନ ପ୍ରଦାନ କରାଯାଇଥିଲା।
