ଆବାସ ପାଇବାରୁ ବଞ୍ଚିତ ହିତାଧିକାରୀ ମାନେ ଜିଲ୍ଲା ପ୍ରଶାସନଙ୍କୁ ଆବାସ ଗୃହ ପାଇବା ପାଇଁ କଲେ ଗୁହାରୀ
( ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକରେ ଆବାସ ପାଇବାରୁ ଯୋଗ୍ୟ ହିତାଧିକାରୀମାନେ ବାଦ ପଡୁଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲା। ଏଥିରେ ଯୋଗ୍ୟ ଏବଂ ଗରିବ ହିତାଧିକାରୀମାନେ ଭଙ୍ଗା ଓ ଜରିପାଲ କୁଡ଼ିଆରେ ରହି ମଧ୍ୟ ଘରଖଣ୍ଡେ ପାଇବାରୁ ବଞ୍ଚିତ ହୋଇ ଦୁଦର୍ଶା ଭୋଗୁଥିବା ଅଭିଯୋଗ କରିଛନ୍ତି। ଆଜି ସୋଗର ପଞ୍ଚାୟତର ଅଧିନରେ ଯାଉଥିବା ସୋଗର,ସୋଗର ତଳସାହି,ଝଗଡପଦା ସାହି,କରବର (ସମଲପୁରସାହି) ଗ୍ରାମର ହିତାଧିକାରୀମାନେ ଗ୍ରାମରେ ଥାଇ ଆବାସ ଗୃହ ପାଇବା ପାଇଁ ଜିଲ୍ଲା ପ୍ରଶାସନଙ୍କୁ କଲେ ଗୁହାରୀ। ସେଥିରୁ ୨୮୯ଙ୍କ ନାମ ଆସିଥିଲା। ଜୈନିକ ପଞ୍ଚାୟତ ନିର୍ବାହୀ ଅଧିକାରୀ ତଦନ୍ତ କରି ଯେଉଁ ମାନେ ପାଇବା ଯୋଗ୍ୟ ଗରିବ ଲୋକ ଏହା ଜାଣିବା ପରେ ଯୋଗ୍ୟ ହିତାଧିକାରୀମାନଙ୍କର ଆବାସ ଗୃହ କାଟି ଦେଇଥିବା ଅଭିଯୋଗ ହୋଇଛି ଏବଂ ଗ୍ରାମର ବିଭିନ୍ନ ସାହିରେ ଅସନ୍ତୋଷ ଦେଖା ଦେଇଛି ପରେ ସୋଗର ଗ୍ରାମର ବିଭିନ୍ନ ସାହି ବାସିନ୍ଦାମାନେ ଆବାସ ଗୃହ ପାଇବା ପାଇଁ ସେମାନେ ହେଲେ ସୁଷମା ସ୍ଵାଇଁ,ସୁଭଦ୍ରା ତ୍ରିପାଠୀ,ଖୋଲଣା ସ୍ୱାଇଁ,ରୀତା ଦେହୁରୀ,ଲଳିତା ବେହେରା,ରାନୁ ବେହେରା ସସ୍ମିତା ବେହେରା,ଅମ୍ବିକା ବେହେରା,ବିଳାସ ବେହେରା,ମାନସୀ ବେହେରା ଜିଲ୍ଲା ପ୍ରଶାସନଙ୍କୁ ଗ୍ରାମରେ ଥାଇ ଗୁହାରୀ କରିଛନ୍ତି।
