ସଘନ ସଂଶୋଧନ ପ୍ରକ୍ରିୟା ନିମନ୍ତେ ସମସ୍ତ ଆନ୍ତଃ ମହାବିଦ୍ଯାଳୟ ସ୍ତରୀୟ ପ୍ରତିଯୋଗିତା
ଛତ୍ରପୁର ତା.୩୦.୦୭.୨୬ ଗତକାଲି ଜିଲ୍ଲା ସ୍ତରୀୟ ସଘନ ସଂଶୋଧନ ପ୍ରକ୍ରିୟା ନିମନ୍ତେ ସମସ୍ତ ଆନ୍ତଃ ମହାବିଦ୍ଯାଳୟ ସ୍ତରୀୟ ସ୍କିଟ୍, ସ୍ଲୋଗାନ୍ ଲିଖନ ଓ ରିଲ ପ୍ରସ୍ତୁତି ପ୍ରତିଯୋଗିତା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ଯାଳୟଛାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃତୀ ପ୍ରତିଯୋଗୀ ମାନଙ୍କୁ ଉପ ଜିଲ୍ଲାପାଳ ଶିବାଶୀଷ ବରାଳ ପୁରସ୍କୃତ କରିଥିଲେ । ଏହି କାର୍ଯ୍ଯକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପାର୍ଥ ସାରଥୀ ହାଁସଦା,ଡେପୁଟି କଲେକ୍ଟର ରବୀନ୍ଦ୍ର ମିଶ୍ର ଓ ଡେପୁଟି କଲେକ୍ଟର ଲକ୍ଷ୍ମୀ ପ୍ରସନ୍ନା ଦୋରା ଉପସ୍ଥିତ ଥିଲେ । କାର୍ଯ୍ଯକ୍ରମଟିକୁ ଅଧ୍ଯାପକ ଡ. ଇମିତିଆଜ୍ ଶାହା ଓ ପ୍ରଶାନ୍ତ କୁମାର ଶତପଥୀ ପରିଚାଳନା କରିଥିଲେ ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ
ଗଞ୍ଜାମ, ଛତ୍ରପୁର
