ଜଗନ୍ନାଥଙ୍କୁ ଦର୍ଶନ କଲେ ବିଧାୟକଙ୍କ ପ୍ରତିନିଧି
ବନ୍ତ /ଆଗରପଡ଼ା,(ନିପ୍ର) ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକଙ୍କ ପ୍ରତିନିଧି ସ୍ମୃତି ରଂଜନ ସ୍ୱାଇଁ ଆଗରପଡ଼ା ଜଗନ୍ନାଥ ମନ୍ଦିରକୁ ଆସି ଶ୍ରୀଜୀଉମାନଙ୍କୁ ଦର୍ଶନ କରିଥିଲେ । ଠାକୁର ରାଜା ତଥା ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତ ମୋହନ ସିଂହଙ୍କ ସହ ସେ ମନ୍ଦିରର ଉନ୍ନତିକରଣ ସଂପର୍କରେ ଆଲୋଚ଼ନା କରିବା ସହ ଏହି ସଂପର୍କରେ ବିଧାୟକଙ୍କୁ ଅବଗତ କରିବେ ବୋଲି ସୂଚନା ଦେଇଥିଲେ ।
