*ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସମ୍ପୂର୍ଣ୍ଣ ମାନସିକ ଏବଂ ବ୍ୟକ୍ତିତ୍ୱର ବିକାଶ ନିମନ୍ତେ ଶକ୍ତିଶ୍ରୀ ଏବଂ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ତରଫରୁ କାର୍ଯ୍ୟକ୍ରମ*।
ନୂଆପଡା(ମିଖାଏଲ ନନ୍ଦ)
ତା:୨୯.୦୯.
ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଫେସର ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଶକ୍ତିଶ୍ରୀ ସଶକ୍ତିକରଣ କମିଟି ଓ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ମିଳିତ ଅନୁକୂଲ୍ୟରେ ଆୟୋଜିତ ସମ୍ପୂର୍ଣ୍ଣ ମାନସିକ ଓ ବ୍ୟକ୍ତିତ୍ୱର ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଶକ୍ତିଶ୍ରୀ କମିଟି ସଂଯୋଜିକା ଅଧ୍ୟାପିକା ଡ଼ ଗୀତାଶ୍ରୀ ପ୍ରିୟମ୍ବଦା, ସହ-ସଂଯୋଜିକା ଅଧ୍ୟାପିକା ବିୟୁଟି ଅଗ୍ରୱାଲ, ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଅଧିକାରୀ ଅଧ୍ୟାପିକା ରାଜଲଷ୍ମୀ ରଥ,ଅଧ୍ୟାପିକା ନିବେଦିତା ଆଚାରି, ଅଧ୍ୟାପିକା ରାଜେଶ୍ୱରୀ କରୁଁଆ , ଅଧ୍ୟାପିକା ପ୍ରଣତି ପଣ୍ଡା, ଶକ୍ତିଶ୍ରୀ ସାଥି ଛାତ୍ରୀ ଚିନ୍ମୟୀ ବାରିକ, ଛାତ୍ରୀ ନମ୍ରତା ଖମାରୀ ସଭା ଓ କାର୍ଯ୍ୟକ୍ରମର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତା ଭାବରେ ଖଡ଼ିଆଳ ଓଁ ପ୍ରଜାପିତା ବ୍ରହ୍ମ କୁମାରୀ ବିଶ୍ୱବିଦ୍ୟାଳୟର ପ୍ରମୁଖ ସଦସ୍ୟା ବି.କେ.ସୂର୍ଯ୍ୟକାନ୍ତି ଅପା ଯୋଗ ଦେଇ,ଆତ୍ମା,ପରମାତ୍ମା ,ମାନସିକ ସ୍ଥିରତା ,ମାନସିକ ବିକାଶର ପ୍ରକୃତ ମାର୍ଗ ବିଷୟରେ ଆଲୋଚନା କରିଥିଲେ ।
