ବଧିଆବେରେଣୀ ଗ୍ରାମର ଦୁଃଖ କେବେ ବୁଝିବେ ସରକାର ।
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଳକ କଳାଙ୍ଗ ଗ୍ରାମପଞାୟତର ବଧିଆବେରେଣୀ ଗ୍ରାମଟି ଜଙ୍ଗଲ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ହୋଇଥିବାରୁ ସରକାରଙ୍କ ଦୃଷ୍ଟି ଠାରୁ ବହୁ ଦୁରରେ ରହିଛି। ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ଗ୍ରାମବାସୀ ପାଇଁ ନାହିଁ ଭଲ ରାସ୍ତାଟିଏ । ପିଇବା ପାଇଁ ପାଣି ସମସ୍ୟା ବର୍ଷ ତମାମ ଲାଗି ରହିଥିବା ବେଳେ ଅପରାହ୍ନରୁ ହାତୀ ଏବଂ ବାରହା ଭୟ । ଗ୍ରାମବାସୀମାନେ ଜିଲ୍ଲା ଓ ବ୍ଲକ ପ୍ରଶାସନକୁ ଜଣାଇ ଫେଲ ମାରି ଏବେ ଭାଗ୍ୟକୁ ଆବୁରି ରହିଛନ୍ତି। ସରକାର କେବେ ବଧିଆବେରେଣୀ ଗ୍ରାମର ଦୁଃଖ ଲବୁଝିବେ ବୋଲି ଆମ କ୍ୟାମେରା ଆଗରେ ଅଡି ବସିଛନ୍ତି। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
