ଅଗ୍ନି ଶମ ବିଭାଗ କର୍ମ ଚାରୀଙ୍କ କରୁଣ ମୃତ୍ୟୁ ଅଞ୍ଚଲରେ ଶୋକର ଛାୟା ।
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଗୁରୁଜଙ୍ଗୁଲି ପଞ୍ଚାୟତର ଖୋଲୁଆ ଗ୍ରାମର ଯୁବକ ତଥା ଅଗ୍ନି ଶମ ବିଭାଗ କର୍ମ ଚାରୀ ଚନ୍ଦନ ପଟ୍ଟନାୟକଙ୍କର କର୍ତ୍ତବ୍ୟ ପାଳନ ସମୟ ରେ ଅକାଳ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲାରେ ଜଳ ନିସ୍କାସନ କାର୍ଯ୍ୟ ଚାଲିଥିବା ବେଳେ ସେ ବିଦ୍ୟୁତ ସଂସ୍ପରଶରେ ଆସି ଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା । ଚନ୍ଦନ ଖୋଳୁଆ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ପଟ୍ଟାୟକଙ୍କ ଏକ ମାତ୍ର ପୁତ୍ର ଥିଲେ ।ସେ ଜଣେ ମିଷ୍ଟଭାଷୀ, ମେଳାପି ଏବଂ କର୍ତ୍ତବ୍ୟ ନିଷ୍ଟା ଯୁବକ ଭାବେ ଅଞ୍ଚାଳରେ ପରିଚିତ ଥିଲେ । ତାଙ୍କ ଅକାଳ ବିୟୋଗରେ ପରିବାର ସହ
ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବିଭିନ୍ନ ମହଲର ବ୍ୟକ୍ତି ବିଶେଷ୍ୟ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତାପ ପରିବାରକୁ ସମ ବେଦନା ଜଣାଇଛନ୍ତି
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
