*ଲଗାଣ ବର୍ଷାରେ ବୁଡ଼ିଲା ନୂଆପଡ଼ା: ସ୍କୁଲ ଓ କଲେଜ ଛୁଟି, ଜଳବନ୍ଦୀ ଜନସାଧାରଣ*
ନୂଆପଡ଼ା (ମିଖାଏଲ ନନ୍ଦ):
ତା-୨୯/୦୭
ଲଘୁଚାପ ପ୍ରଭାବରେ ବିଗତ କିଛି ଦିନ ହେବ ସାରା ଓଡ଼ିଶାରେ ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ନୂଆପଡ଼ା ଜିଲ୍ଲାରେ ସ୍ଥିତି ସଂଗୀନ ହୋଇପଡ଼ିଛି। ଜିଲ୍ଲାରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷ ବ୍ଲକର ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆଜି ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ଘୋଷଣା କରାଯାଇଛି।ମୁଖ୍ୟ ଆକର୍ଷଣ ଓ କ୍ଷୟକ୍ଷତିର ଚିତ୍ର ଜଳମଗ୍ନ ଜନବସତି ନୂଆପଡ଼ା ସହରର ବିଭିନ୍ନ ତଳିଆ ଅଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଲୋକଙ୍କ ଘର ଭିତରେ ବର୍ଷା ଓ ଡ୍ରେନ ପାଣି ପଶିଯାଇଛି, ଯାହାଫଳରେ ଆସବାବପତ୍ର ନଷ୍ଟ ହେବା ସହ ଲୋକେ ଚରମ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।ଯୋଗାଯୋଗ ବିଚ୍ଛିନ୍ନ ନୂଆପଡ଼ା–ଭେରା ରାସ୍ତା ଉପରେ ପ୍ରାୟ ୩ ଫୁଟର ପାଣି ଚାଲୁଥିବାରୁ ଭେରା ଗ୍ରାମ ଜିଲ୍ଲା ସଦର ମହକୁମାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି।ବୁଡ଼ିଲା ଅଣ୍ଡରବ୍ରିଜ୍ କୋମନା ବ୍ଲକର ଲଖନା ରେଳ ଅଣ୍ଡରବ୍ରିଜ୍ ତଳେ ୮ ଫୁଟ ପର୍ଯ୍ୟନ୍ତ ବନ୍ୟା ଜଳ ଜମି ରହିଛି, ଯାହାଦ୍ୱାରା ନୂଆପଡ଼ାରୁ ଲଖନା ମଧ୍ୟରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।
ଖଡ଼ିଆଳ –କୁଶମାଲ ରାସ୍ତା ଉପରେ ପ୍ରାୟ ୩ ଫୁଟର ପାଣି ଚାଲୁଥିବାରୁ କୁଶମାଲ ଗ୍ରାମ ଖଡ଼ିଆଳ ବ୍ଲକ ରାସ୍ତା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି।ଭୁଶୁଡ଼ିଲା ରାସ୍ତା ଲଖନା ପଞ୍ଚାୟତର କିଛି ଗ୍ରାମ୍ୟ କାଦୁଅ ରାସ୍ତା ଧୋଇଯାଇଥିବା ବେଳେ ମୁଣ୍ଡାପଲା ପଞ୍ଚାୟତର ସୁଆବାହାଲ ରାସ୍ତା ଦବିଯାଇ ଯାତାୟାତ ଠପ୍ ହୋଇଯାଇଛି।
