*ବାହ୍ୟ ଜଗତରୁ ବିଛିର୍ଣ୍ଣ *ଜଳବନ୍ଦୀ ରେ କଙ୍କାଗ୍ରାମ** ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )ଗଁନ୍ଦିଆ ବ୍ଲକ ବାଇଶିଆ ପଞ୍ଚାୟତର କଙ୍କା ଗ୍ରାମ, ଲଗାଣ ବର୍ଷାରେ ବ୍ରାହ୍ମଣୀ ନଦୀର ପ୍ରଥମ ବଢ଼ିରେ କଙ୍କାଗ୍ରାମ ଜଳବନ୍ଦୀ, ରାସ୍ତା ଉପରେ ଚାରି ପୁଟର ପାଣି, କଙ୍କା ଗ୍ରାମର ଲୋକମାନେ ବାହ୍ୟ ଜଗତରୁ ବିଛିର୍ଣ୍ଣ, ବର୍ତ୍ତମାନ ଗ୍ରାମର ଲୋକଙ୍କ ଶରୀର ଅସୁସ୍ଥ ହେଲେ କୁଆଡେ ଯିବେ କଣ ଖାଇବେ? କଣ କରିବେ?ସରକାରଙ୍କ ସାହାଯ୍ୟ ଏପର୍ୟ୍ଯନ୍ତ ମିଳିନାହିଁ l ପାଣି ବନ୍ଦୀରେ ଅଛନ୍ତିଯେ ତାଙ୍କମାନଙ୍କ ପାଖରେ ଚଳିବା ମୁତାବକ ଘର ସଉଦା ମଧ୍ୟ ନାହିଁ, ଏହି ସମୟରେ କେବଳ ଭଗବାନ ତାଙ୍କର ସାହାଭାରସା ଚାଷକଥା ନକହିଲେ ଭଲ କାରଣ ତାଙ୍କର ଚାଷ ବିଲ କେଉଁଟା କିଛି ଜଣାପଡ଼ୁନାହିଁ, ଖାଲି ପାଣି ପାଣିରେ ବୁଡି ସବୁ ଧାନ ପଚି ଏବର୍ଷର ଉଜୁଡି ଯିବାର ସମ୍ଭାବନା ଅଛି, ଗ୍ରାମର ଯିବା ପାଇଁ ଆଉ ଏକ ବିକଳ୍ପ କେନାଲ ରାସ୍ତା ଅଛି କିନ୍ତୁ ତାର ଅବସ୍ଥା ଏତେ ଶୋଚନୀୟ ଯେ ନକହିବା ଭଲ, କେଉଁଠାରେ ଆଣ୍ଠୁଏ ଲେଖାଏଁ ଖାଲ ତ କେଉଁଟାରେ ପାଣିରେ ପୁରିକରି ରହିଛି l ରାସ୍ତା ଏକ ମରଣ ଯନ୍ତା ପାଲଟି ଯାଇଛି l ଗ୍ରାମତରଫରୁ ଜିଲ୍ଲା ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ କରି ଆସୁ ଥିଲେ ମଧ୍ୟ ତାର କିଛି ସୁଫଳ ମିଳୁନାହିଁ l ଏହାର କିଛି ସ୍ଥାୟୀ ପ୍ରତିକାର କରାଗଲେ କଙ୍କା ବାସୀଙ୍କର ଦୁଃଖ ଦୂର ହୋଇ ପାରନ୍ତା l
