
ସାରସକଣା/ଜାମଶଳା (ଅନିଲ କୁମାର ସାହୁ) : ନାରୀ ସୁରକ୍ଷା ନେଇ ସାରା ରାଜ୍ୟରୁ ଉଠୁଛି ଛାତ୍ରଛାତ୍ରୀଙ୍କ ପ୍ରତିବାଦର ସ୍ୱର।ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଏବଂ ବଢୁଥିବା ମହିଳା ନିର୍ଯ୍ୟାତନା ବିରୁଦ୍ଧରେ ରାଜ୍ୟବ୍ୟାପୀ ଜାରି ରହିଛି ଛାତ୍ର ଆନ୍ଦୋଳନ।ରାଜ୍ୟରେ ଛାତ୍ରୀ ମାନଙ୍କୁ ଅସଦାଚରଣ,ଦୁଷ୍କର୍ମ,ହତ୍ୟା,ଭଳି ଘଟଣା ଅହେତୁକ ବୃଦ୍ଧି ପାଇଥିବାବେଳେ ରାଜ୍ୟ ବିଜେପି ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ଅଭିଯୋଗ କରି ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଆଜି ସୀମାନ୍ତ ମହାବିଦ୍ୟାଳୟ , ଝାରପୋଖରିଆ ଠାରେ ବିଜେପି ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ ଏବଂ ବିକ୍ଷୋଭ କରାଯାଇଛି।ଦଳ ତରଫରୁ ଦଳର ବରିଷ୍ଠ ନେତା ଜିଲ୍ଲା ଉପ ସଭାପତି ଅମରେନ୍ଦ୍ର କର, ଡ.ଦେବାଶିଷ ମାରାଣ୍ଡି, ମଣି ଶଙ୍କର ବାରିକ,ଅଜୟ ମଣ୍ଡଳ,ଚନ୍ଦ୍ରଶେଖର ସାହୁ,ହରେକୃଷ୍ଣ ଦାସ,ସମୀର କୁମାର ବେହେରା, ସୂର୍ଯ୍ୟ ମୁର୍ମୁ,ଅକ୍ଷୟ ସାହୁ,ସୁବ୍ରତ ମଣ୍ଡଳ,ମୀନକେତନ କଲିଆ,ବ୍ଲକ ମହିଳା ସଭାପତି ମୋନାଲିସା ସାହୁ ତଥା ଶତାଧିକ କର୍ମୀ ଉପସ୍ଥିତ ରହି ଆନ୍ଦୋଳନ କରିଥିଲେ।