
ସାରସକଣା/ଜାମଶଳା (ଅନିଲ କୁମାର ସାହୁ) : ଦିନକୁ ଦିନ ମୟୂରଭଞ୍ଜ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହେବାରେ ଲାଗିଛି।ଚୋରୀ,ଛିନ୍ତତାଇ ର ମାତ୍ରା ବୃଦ୍ଧି ପାଇ ଥିବାବେଳେ ଦିନ ଦ୍ୱିପ୍ରହର ରେ ଗୁଳିକାଣ୍ଡ ବି ହେଉଛି।ସୋମବାର କୁଲିଅଣା ଥାନା ଅନ୍ତର୍ଗତ ୧୮ ନମ୍ୱର ଜାତୀୟ ରାଜପଥ ରେ ଗୁଳିକାଣ୍ଡ, ବାରିପଦା ସହରରେ ବନ୍ଧୁକଧାରୀଙ୍କ ଆତଙ୍କରାଜ, ଝାରପୋଖରିଆ ଥାନା ଅଧୀନ ଯୋକା ନିକଟରେ ଫାର୍ମାସିଷ୍ଟଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଓ ବାଇକ୍ ଲୁଟ ଆଦି ଘଟଣା ମୟୂରଭଞ୍ଜକୁ ଅଶାନ୍ତ କରିଛି।ଯାହାକି ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି।ଏହାକୁ ସୁଧାରିବାରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ବିଫଳ ହୋଇଛନ୍ତି। ଏ ସଂକ୍ରାନ୍ତରେ ମଙ୍ଗଳବାର ବିଜେଡି ର ଏକ ପ୍ରତିନିଧି ଦଳ ଏସପି ବରୁଣ ଗୁଣ୍ଡୁପାଲ୍ଲ୍ଳଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି
ଦୀର୍ଘ ଏକ ବର୍ଷ ହେଲା ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଷୁଡି ପଡ଼ିଛି ବୋଲି ପ୍ରତିନିଧି ଦଳ ଏସପିଙ୍କୁ ଅବଗତ କରିଥିଲେ।ନିୟମିତ ଭାବେ ଚୋରି,ଛିନ୍ତତାଇ,ଡକାୟତି ଓ ଗଣ୍ଡଗୋଳ ମାମଲା ହେଉଛି।ଯାହାକି ଜିଲ୍ଲା ବାସୀଙ୍କ ପାଇଁ ଭୟର ଆତଙ୍କ ସାଜିଛି।ତେଣୁ ଜିଲ୍ଲାରେ ଆଇନ ଶୃଙ୍ଖଳାକୁ ସଦୃଢ଼ କରିବା,ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଏବଂ ଜିଲ୍ଲା ପ୍ରମୁଖ ସ୍ଥାନ ଓ ରାସ୍ତାରେ କଡାକଡି ପେଟ୍ରୋଲିଂ ବ୍ୟବସ୍ଥା ପାଇଁ ବିଜେଡି ଦାବୀ କରିଛି।ଆଗାମୀ ଦିନରେ ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରା ନ ଗଲେ ବିଜେଡି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।ପ୍ରତିନିଧି ଦଳରେ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ଡ.ଦେବାଶିଷ ମାରାଣ୍ଡି,ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା,ନଗରପାଳ କୃଷ୍ଣାନନ୍ଦ ମହାନ୍ତି,ଏମ ସି ସି ବ୍ୟାଙ୍କ୍ ସଭାପତି ସୁବ୍ରମଣ୍ୟମ ମହାନ୍ତି,ଦେବାଶିଷ ମହାନ୍ତି,ଜିତେନ୍ଦ୍ର ମହାନ୍ତି,ସରୋଜ କୁମାର ବୋଷ,ପ୍ରଭାତ କୁମାର ନାୟକ,ପ୍ରଭାତ ମହାନ୍ତି,ଅନନ୍ତ ଦାସ, ଦୀପ୍ତିଲତା ମିଶ୍ର,ଲଲାଟେନ୍ଦୁ ବେହେରା,ଶ୍ରାବଣୀ ଦାସ,ପ୍ରଭାତୀ ପୃଷ୍ଟି,ଜିତା ସିଂ,ସୁଧୀର ବାରିକ,ପ୍ରୀତିନନ୍ଦା କାନୁନଗୋ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ |