*ନୂଆପଡ଼ା ଜିଲ୍ଲା କଂଗ୍ରେସ୍ ଭବନ ଠାରେ କୃଷି ଓ ସମବାୟ ସେଲ୍ ଏକ ସଭା ଅନୁଷ୍ଠିତ ହୋଇଯାଇଅଛି*
ନୂଆପଡା(ମିଖାଏଲ ନନ୍ଦ) ତା:୨୮.୦୭.
ନୂଆପଡ଼ା ଜିଲ୍ଲା କଂଗ୍ରେସ୍ ଭବନ ଠାରେ କୃଷି ଓ ସମବାୟ ସେଲ୍ ଏକ ସଭା ଅନୁଷ୍ଠିତ ହୋଇଯାଇଅଛି। ସଭାରେ ଜିଲ୍ଲା କଂଗ୍ରେସ୍ ସଭାପତି ଘାସିରାମ ମାଝୀ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶା ପ୍ରଦେଶ କଂଗ୍ରେସ୍ ସମବାୟ ସେଲ୍ ଅଧ୍ୟକ୍ଷ ତଥା ଅଖିଳ ଭାରତୀୟ କିଷାନ୍ ସଂଯୋଜକ ଅମିୟ ପଟ୍ଟନାୟକ ଯୋଗ ଦେଇ କୃଷି ଓ କୃଷକ ସମବାୟ ସମସ୍ୟା ନେଇ ୬ ଗୋଟି ଦାବୀ ସମ୍ବଳିତ ସାରକ୍ ପତ୍ର ମହାମହିମ ରାଜ୍ୟପାଳ ଙ୍କୁ ଉଦ୍ଧେଶ୍ୟରେ ନୂଆପଡ଼ା ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଛନ୍ତି।କୃଷି ଓ କୃଷକ ସମବାୟ ସମସ୍ୟା ନେଇ ଏକ ସ୍ମାରକପତ୍ର ପ୍ରଦାନ କରିଥିବା ବେଳେ ଫସଲ ବୀମା ଯୋଜନାରେ ସଚେତନ ଓ ବୀମା ଆବେଦନ ଶେଷ ତାରିଖ ବୃଦ୍ଧି, ରାସାୟନିକ ସାର ଯୋଗାଣ,ଜିଲ୍ଲା ର ୭୯ ପ୍ୟାକ୍ସ କୁ କର୍ମଚାରୀ ନିଯୁକ୍ତି, ଭିତ୍ତିଭୂମିର ବିକାଶ, ସମବାୟ ସମିତି ନିର୍ବାଚନ କୁ ମୁକ୍ତ ଅବାଧ ଏବଂ ନିରପେକ୍ଷ, ଜିଲ୍ଲାର ପ୍ରତ୍ୟେକ ବ୍ଲକ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଶୀତଳ ଭଣ୍ଡାର ନିର୍ମାଣ, ପ୍ୟାକ୍ସ ଦ୍ୱାରା ଧାନ କ୍ରୟ କରାଯିବାକୁ ଦାବୀ, ଆଦି ମୁଖ୍ୟ ଦାବୀ ରହିଅଛି।ସଭାରେ ସୁଧୀର ମିଶ୍ର, ରବି ମଙ୍ଗରାଜ, ବହୁ ନେତା ଓ କର୍ମୀ ମାନେ ଯୋଗ ଦେଇଥିଲେ।
